କରାଟେ ଗ୍ରେଡିଂ ପରୀକ୍ଷାରେ ୩୫୦ ଉତ୍ତୀର୍ଣ୍ଣ

Advertisment
କରାଟେ ଗ୍ରେଡିଂ ପରୀକ୍ଷାରେ ୩୫୦ ଉତ୍ତୀର୍ଣ୍ଣ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ରବିବାର ଭୁବନେଶ୍ବର ଶାଖାର ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ କାର୍ଯ୍ୟାଳୟ ବ୍ୟତୀତ ରସୁଲଗଡ଼, ଡୁମୁଡୁମା, ନୂଆପଲ୍ଲୀ, ଓଏମ୍‌ସି କଲୋନି, ସତ୍ୟନଗର, ଚନ୍ଦ୍ରଶେଖରପୁର, ଉରାଳି, ଡେକାଥେଲନ୍‌, ରଶ୍ମିବିହାର, ମଣି ଆପାର୍ଟମେଣ୍ଟ୍‌ ଶାଖାଗୁଡ଼ିକରୁ ମୋଟ ୩୫୦ କରାଟେକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସେନ୍‌ସାଇ ଖାରବେଳ ମଳ୍ଲିକ, ଗୌରୀ ମହାନ୍ତି, ଦୀପକ ସାମନ୍ତରା, ଅନୁପମା ସ୍ବାଇଁ, କୃ‌ଷ୍ଣ ମହାରଣା, କୃଷ୍ଣ ନାୟକ, କ୍ରୀଷ୍ଣା ଶିକାରୀ, ସୁସ୍ମିନି ପାଲଟାସିଂହ, ମହେଶ ଡୋରା, ଅନୁରାଧା ପାତ୍ର, ଅମୀୟ ସାହୁ, ସପନ ମିଶ୍ର, ଦୀପକ ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ ଦାସ, ମଧୁପ୍ରିୟା, ସପନ ସ୍ବାଇଁ, ଭଗବାନ ରେଡ୍ଡୀ ପରିଚାଳନାରେ ସହଯୋଗ କରିଥିଲେ। ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ଏବଂ ଓଡ଼ିଶା କରାଟେ ସଂଘର ସଭାପତି ଡଃ ହରିପ୍ରସାଦ ପଟ୍ଟନାୟକ ପରୀକ୍ଷା‌ର୍ଥୀମାନଙ୍କୁ ବହୁମୂଲ୍ୟ ଉପଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe