ବିଶ୍ୱକପ୍‌: ଅଭ୍ୟାସ ମ୍ୟାଚରେ ଧୋନି-ରାହୁଲଙ୍କ ଶତକ, ବାଂଲାଦେଶକୁ ୩୬୦ ରନ୍‌ ଟାର୍ଗେଟ ଦେଲା ଭାରତ

ବିଶ୍ୱକପ୍‌: ଅଭ୍ୟାସ ମ୍ୟାଚରେ ଧୋନି-ରାହୁଲଙ୍କ ଶତକ, ବାଂଲାଦେଶକୁ ୩୬୦ ରନ୍‌ ଟାର୍ଗେଟ ଦେଲା ଭାରତ

Zee news

କାର୍ଡିଫ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ୨୦୧୯ ପୂର୍ବରୁ ଟିମ୍‌ ଇଣ୍ଡିଆ ମଙ୍ଗଳବାର ନିଜର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବାଂଲାଦେଶକୁ ଭେଟିଛି। ବାଂଲାଦେଶକୁ ଭାରତ ୩୬୦ ରନ୍‌ ଟାର୍ଗେଟ ଦେଇଛି। କାର୍ଡିଫର ସୋଫିଆ ଗାର୍ଡେନରେ ଖେଳ ଜାରିଥିବା ଏହି ମ୍ୟାଚରେ ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୩୫୯ ରନ୍‌ କରିଛି।

ଭାରତ ସ୍କୋର ୧୦୨ ରନ୍‌ରେ ୪ଟି ଓ୍ଵିକେଟ ହରାଇଥିଲା। ଧୋନି ଓ ଲୋକେଶ ରାହୁଲ ୫ମ ଓ୍ଵିକେଟରେ ଶତାଧିକ ରନ୍‌ (୧୬୪ ରନ୍‌) ଭାଗିଦାରୀ ହୋଇପାରିଛନ୍ତି। ମହେନ୍ଦ୍ର ସିଂହ ଧୋନି ୭୮ଟି ବଲ ଖେଳି ୧୧୩ ରନ୍‌ କରିଛନ୍ତି। ଏଥିରେ ୮ଟି ଚୌକା ଓ ୭ଟି ଛକା ସାମିଲ ଅଛି। ଲୋକେଶ ରାହୁଲ ୯୪ଟି ବଲ ଖେଳି ୧୦୦ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୧୨ଟି ଚୌକା ଓ ୩ଟି ଛକା ସାମିଲ ରହିଛି।

ଭାରତର ସ୍କୋର ବୋର୍ଡ

ରୋହିତ ଶର୍ମା: ୧୯ ରନ୍‌, ୪୨ ବଲ୍‌, ୧ ଚୌକା
ଶିଖର ଧାଓ୍ଵନ: ୧ ରନ୍‌, ୯ ବଲ୍‌
ବିରାଟ କୋହଲି: ୪୭ ରନ୍‌, ୪୬ ବଲ, ୫ ଚୌକା
ଲୋକେଶ ରାହୁଲ: ୧୦୮ ରନ୍‌, ୯୯ ବଲ, ୧୨ ଚୌକା, ୪ ଛକା
ବିଜୟ ଶଙ୍କର: ୨ ରନ୍‌, ୭ ବଲ  
ମହେନ୍ଦ୍ର ସିଂହ ଧୋନି: ୧୧୩ ରନ୍‌, ୭୮ବଲ, ୮ ଚୌକା, ୭ ଛକା
ହାର୍ଦ୍ଦିକ ପାଣ୍ଡ୍ୟା: ୨୧ ରନ୍‌, ୧୧ ବଲ, ୨ ଚୌକା, ୧ ଛକା
ଦିନେଶ କାର୍ତ୍ତିକ: ଅପରାଜିତ ୭ରନ୍‌, ୫ ବଲ, ୧ ଚୌକା
ରବୀନ୍ଦ୍ର ଜାଦେଜା: ଅପରାଜିତ ୧୧ ରନ୍‌, ୪ ବଲ, ୧ ଚୌକା, ୧ ଛକା

publive-image Cricbuzz

ବାଂଲାଦେଶ ବୋଲିଂ

ରୁବେଲ ହୁସେନ: ୨ ଓ୍ଵିକେଟ
ସାକିବୁଲ ହାସନ: ୨ ଓ୍ଵିକେଟ
ମୁସ୍ତାଫିଜୁର ରହମାନ: ୧ ଓ୍ଵିକେଟ
ମହମ୍ମଦ ସାଫିଉଦ୍ଦିନ: ୧ ଓ୍ଵିକେଟ
ସବୀର ରହମାନ: ୧ ଓ୍ଵିକେଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe