ଆରମ୍ଭ ହେଲା ଫାଇନାଲ୍ ଟକ୍କର : ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଭାରତ କରୁଛି ବ୍ୟାଟିଂ

Advertisment
ଆରମ୍ଭ ହେଲା ଫାଇନାଲ୍ ଟକ୍କର : ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଭାରତ କରୁଛି ବ୍ୟାଟିଂ

ପୁନେ : ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ମଧ୍ୟରେ ଶେଷ ଦିନିକିଆ । ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ । ଭାରତ ପକ୍ଷରୁ ଶିଖର ଧାଓ୍ୱନ୍ ଓ ରୋହିତ ଶର୍ମା ଇନିଂସ ଆରମ୍ଭ କରିଛନ୍ତି। ସେହିପରି ବୋଲିଂର ମଙ୍ଗ ଧରିଛନ୍ତି ସାମ୍ କରନ୍ ଓ ରେସେ ଟପ୍‌ଲି। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଛି। କୁଲଦୀପ୍ ଯାଦବଙ୍କ ସ୍ଥାନରେ ଟି.ନଟରାଜନ୍ ଦଳରେ ସାମିଲ ହୋଇଛନ୍ତି।

ଆଜିର ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ । ଏହି ୩ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର  ରହିଛି । ତେଣୁ ଆଜିର ମ୍ୟାଚରେ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ । ଭାରତ ପ୍ରଥମ ମ୍ୟାଚ୍‌କୁ ୬୬ ରନ୍‌ରେ ଜିତିବା ପରେ ଦ୍ବିତୀୟରେ ୩୩୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଇଂଲଣ୍ଡ ୬.୩ ଓଭର ପୂର୍ବରୁ ଓ ମାତ୍ର ୪ ୱି‌କେଟ୍ ହରାଇ ହାସଲ କରି ନେଇଥିଲା। ଏହା ଭାରତୀୟ ଖେଳାଳି ନୁହେଁ, ବହୁ କ୍ରିକେଟ୍ ପଣ୍ଡିତଙ୍କୁ ମଧ୍ୟ ଚକିତ କରି ଦେଇଥିଲା। ସେମାନଙ୍କ ଅଙ୍କକଷା ଯେମିତି ପୂରା ଭୁଲ ହୋଇ ଯାଇଥିଲା। ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ଛକା ବର୍ଷାରେ କେବଳ ଭାରତର ବିଜୟ ଆଶା ବୁଡ଼ି ଯାଇନଥିଲା, ବରଂ ଶୃଙ୍ଖଳା ବିଜୟର ସୁଯୋଗ ବି ହାତରୁ ଖସି ଯାଇଥିଲା। ପାହାଡ଼ଭଳିଆ ରନ୍‌କୁ ସଫଳତାର ସହ ପଶ୍ଚାତଧାବନ କରିବା ପରେ ଇଂଲଣ୍ଡର ଆତ୍ମବିଶ୍ବାସ ଏବେ ଆକାଶଛୁଆଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe