ସିଡ୍ନି: ତିନି ଥରର ଫର୍ମୁଲା ୱାନ୍ ବିଜେତା ନିକି ଲୌଡ଼ାଙ୍କର ସୋମବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଗତ ବର୍ଷ ଅଗଷ୍ଟରେ ଏହି ଅଷ୍ଟ୍ରେଲିଆ ଚାଳକଙ୍କ ଫୁସ୍ଫୁସ୍ ପ୍ରତିରୋପଣ କରାଯାଇଥିଲା। ଗତ ଜାନୁଆରିରେ ପୁଣି ଥରେ ଅସୁସ୍ଥ ହୋଇଥିଲେ। ୧୦ ଦିନର ଚିକିତ୍ସା ପରେ ଘରକୁ ଫେରିଥିଲେ। କିନ୍ତୁ ଏହି ଅସୁସ୍ଥତା ଲାଗି ରହିବାରୁ ସୋମବାର ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ପରିବାର ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଲୌଡ଼ା ୧୯୭୫ ଓ ୧୯୭୭ ଫେରାରି ପକ୍ଷରୁ ଦୁଇଥର ବିଶ୍ବ ବିଜେତା ହୋଇଥିଲା ବେଳେ ୧୯୮୪ରେ ମ୍ୟାକ୍ଲରେନ୍ ପକ୍ଷରୁ ତୃତୀୟ ଥର ଲାଗି ବିଶ୍ବ ମୁକୁଟ ପିନ୍ଧିବାର ଗୌରବ ପାଇଥିଲେ।
୩ ଥର ଫର୍ମୁଲା ୱାନ୍ ବିଜେତା ଲୌଡ଼ାଙ୍କ ଦେହାନ୍ତ
Advertisment
Follow Us