ତିନି ବର୍ଷିଆ ବିଶ୍ବକପ୍ ପାଇଁ ପ୍ରସ୍ତାବ

Advertisment
ତିନି ବର୍ଷିଆ ବିଶ୍ବକପ୍ ପାଇଁ ପ୍ରସ୍ତାବ

ଲଣ୍ଡନ: ଲଣ୍ଡନରେ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌କୁ ଚାରି ବର୍ଷ ପରିବର୍ତେ ପ୍ରତି ତିନି ବର୍ଷରେ ଥରେ ଆୟୋଜନ କରିବାକୁ ଆଇସିସି ପ୍ରସ୍ତାବ ଦେଇଛି। ପ୍ରତିବର୍ଷ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ ନେଇ ଆଇସିସି ଏଭଳି ପ୍ରସ୍ତାବ ଦେଇଥିଲା। ହେଲେ ସବୁ ପୂର୍ଣ୍ଣକାଳୀନ ସଦସ୍ୟ ମିଳିତ ଭାବେ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ। ବିଶ୍ବକପ୍ ପ୍ରତି ଚାରି ବର୍ଷରେ ଆୟୋଜିତ ହେଉଥିଲେ ମଧ୍ୟ ଏଥିରୁ ଆଶାଜନକ ଫଳ ମିଳୁନି। ଯେତିକି ରାଜସ୍ବ ମିଳିବା କଥା ସେତିକି ମିଳୁନି। ଏହି ପରିପ୍ରେକ୍ଷୀରେ ବିଶ୍ବକପ୍‌କୁ ତିନି ବର୍ଷ ବ୍ୟବଧାନରେ ଆୟୋଜନ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ସଦସ୍ୟମାନେ ଯୁକ୍ତି ବାଢ଼ିଥି‌ଲେ। ବରଂ ଟ୍ବେଣ୍ଟି-୨୦ ଉପରେ ଅଧିକ ଧ୍ୟାନ ଦେବାକୁ କେତେକ ସଦସ୍ୟ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe