ଓଡ଼ିଶା ସିକେ ନାୟୁଡୁ ଟ୍ରଫି ଦଳରେ ୪ ପରିବର୍ତ୍ତନ

ଓଡ଼ିଶା ସିକେ ନାୟୁଡୁ ଟ୍ରଫି ଦଳରେ ୪ ପରିବର୍ତ୍ତନ

କଟକ: ଝାଡ଼ଖଣ୍ଡ ବିପକ୍ଷ ଶେଷ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳରେ ୪ ପରିବର୍ତ୍ତନ କରାଯାଇଛି। ରଣଜୀ ଦଳରେ ସାମିଲ ହୋଇଥିବା ରାଜେଶ ଧୂପରଙ୍କ ବଦଳରେ ଓ୍ଵିକେଟ୍‌ରକ୍ଷକ ସୌରଭ ରାଓ୍ଵତଙ୍କୁ ନିଆଯାଇଛି। ନିର୍ନିମେଶ ଜେନା, ସର୍ବେଶ୍ୱର ମହାନ୍ତି, ରାହୁଲ ଚୌଧୁରୀଙ୍କୁ ବାଦ୍‌ ଦିଆଯାଇଛି। ଏମାନଙ୍କ ବଦଳରେ ରାଜକିଶନ ପଟେଲ, ରଂଜିତ ପାଇକରାୟ ଓ ତାରାକାନ୍ତ ସାମଲ ରାଜ୍ୟ ଦଳରେ ସୁଯୋଗ ପାଇଛନ୍ତି। ଦେବେନ୍ଦ୍ର କୁଅଁରଙ୍କ ନେତୃତ୍ୱାଧୀନ ଦଳ ଚଳିତ ଋତୁରେ ପ୍ଲେଟ୍‌ ଗ୍ରୁପ୍‌ ବି’ରେ ୪ ମ୍ୟାଚ୍‌ ଖେଳିସାରିଥିଲା ବେଳେ ମାତ୍ର ୩ ପଏଣ୍ଟ ପାଇ ତାଲିକାର ନିମ୍ନରେ ରହିଛି। ସୋମବାର ଶେଷ ହୋଇଥିବା ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ଘରୋଇ ଦଳଠୁ ପାଳି ପରାଜୟ ବରଣ କରିଥିଲା। ତଥାପି ସଂଘର୍ଷପୂର୍ଣ୍ଣ ଶତକ ଅର୍ଜନ କରିଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାଜେଶ ଧୂପରଙ୍କୁ ରଣଜୀ ଦଳକୁ ନିଆଯାଇଛି। ତେଣୁ ଓଡ଼ିଶା ପାଇଁ ଝାଡ଼ଖଣ୍ଡ ମ୍ୟାଚ୍‌ ଏକ ଆହ୍ଵାନ ହେବ ବୋଲି କୁହାଯାଉଛି।
ଓଡ଼ିଶା ଦଳ: ଦେବାଶିଷ ସାମନ୍ତରାୟ, ଅମ୍ରିତ ଖଟୁଆ, ସେକ୍‌. ସଲମାନ, ସତ୍ୟଜିତ ସାବତ, ଦେବେନ୍ଦ୍ର କୁଅଁର, ଦେବବ୍ରତ ପ୍ରଧାନ, ଆଶୁତୋଷ ଦାସ, ଶୁଭମ୍‌ ନାୟକ, ପପୁ ରଏ, ପ୍ରୀତ୍‌ସିଂହ ଚୌହାନ, ସୁବ୍ରତ ସାମଲ, ରାଜକିଶନ ପଟେଲ, ରଂଜିତ ପାଇକରାୟ, ତାରାକାନ୍ତ ସାମଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe