ସଫ୍ଟବଲ୍‌ରେ ଓଡ଼ିଶାରୁ ୪ ଅମ୍ପାୟାର

ସଫ୍ଟବଲ୍‌ରେ ଓଡ଼ିଶାରୁ ୪ ଅମ୍ପାୟାର

uwaterloo.ca

ଭୁବନେଶ୍ବର/ପୁରୀ : ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ସଫ୍ଟବଲ୍‌ ଖେଳ ପାଇଁ ଓଡ଼ିଶାରୁ ୪ ଜଣ ହେମଲତା ବିଶୋୟୀ, ରାଜକିଶୋର ପଟ୍ଟନାୟକ, ସୌମିତ୍ର ରଂଜନ ହରିଚନ୍ଦନ ଓ ଅମିୟ ନାଗ ଅମ୍ପାୟାର ଭାବେ ମନୋନୀତ ହୋଇଛନ୍ତି। କଟକରୁ ହେମଲତା ଏବଂ ପୁରୀରୁ ରାଜକିଶୋର, ସୌମିତ୍ର ଓ ଅମିୟ ଭାରତୀୟ ସଫ୍ଟବଲ ସଂଘ ପକ୍ଷରୁ ଅମ୍ପାୟାର ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ମଧ୍ୟ ରାଜକିଶୋର ପଟ୍ଟନାୟକ, ସୌମିତ୍ର ହରିଚନ୍ଦନ ଏସୀୟ ପ୍ରତିଯୋଗିତାରେ ସଫଳତାର ସହ ଅମ୍ପାୟାରିଂ କରିଛନ୍ତି। ଏମାନଙ୍କୁ ପୁରୀ ଜିଲ୍ଲା ସଫ୍ଟବଲ୍‌ ସଂଘ ପକ୍ଷରୁ ମୃତ୍ୟୁଞ୍ଜୟ ମହାନ୍ତି, ରଂଜନ ରଥ, ‌ସୌଭାଗ୍ୟ ରଂଜନ ସାହୁ, ସୌମ୍ୟରଂଜନ ସାହୁ, ମନୋଜ ପ୍ରଧାନ, ବିଭୁ ପଶୁପାଳକ, ଶୁଭକାନ୍ତ ମହାନ୍ତି, ରାକେଶ ମିଶ୍ର, ନିରଂଜନ ମିଶ୍ର, ଏଲୋରା କାନୁନଗୋ, ଜ୍ୟୋତିପ୍ରଭା ଦାଶ, ସୁଚିତ୍ରା ପଟ୍ଟନାୟକ, ଅରବିନ୍ଦ ଦାଶ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe