କେରଳରେ ନେମାର, ରୋନାଲ୍ଡୋ, ମେସିଙ୍କ ୪୦ ଫୁଟ୍‌ର କଟ୍‌ଆଉଟ୍‌

Advertisment
କେରଳରେ ନେମାର, ରୋନାଲ୍ଡୋ, ମେସିଙ୍କ ୪୦ ଫୁଟ୍‌ର କଟ୍‌ଆଉଟ୍‌

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ କାତାରରେ ଆରମ୍ଭ ହେବାକୁ ଥିବା ଫିଫା ବିଶ୍ବକପ୍‌ କ୍ରେଜ୍‌ ଭାରତରେ ଦେଖିବାକୁ ମିଳିଛି। ଉତ୍ତର କେରଳର ଏକ ନଦୀତଟରେ ଲିଓନେଲ୍‌ ମେସି, କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ନେମାର ଜୁନିଅରଙ୍କ ବଡ଼ ବଡ଼ କଟ୍‌ଆଉଟ୍‌ ଲଗାଯାଇ ସେମାନଙ୍କୁ ଶୁଭେଚ୍ଛା ଜଣାଯାଇଛି। କେରଲାଇଟ୍‌ ବ୍ରାଜିଲ୍‌ ପ୍ରଶଂସକଙ୍କ ପକ୍ଷରୁ ନେମାରଙ୍କ ୪୦ ଫୁଟ୍‌ ଉଚ୍ଚର କଟ୍‌ଆଉଟ୍‌ କରାଯାଇଥିଲା ବେଳେ ପାଖକୁ ପାଖ କରି ୪୫ ଫୁଟ୍‌ ଉଚ୍ଚର ରୋନାଲ୍ଡୋ ଓ ମେସିଙ୍କ କଟ୍‌ଆଉଟ୍‌ ରଖାଯାଇଛି। ଏହି ଫଟୋ ଏବେ ଚାରିଆଡ଼େ ଭାଇରାଲ୍‌ ହେବାରେ ଲାଗିଥିଲା ବେଳେ ଭାରତରେ ଏହି ଫୁଟ୍‌ବଲ୍‌ ତାରକାଙ୍କ ପ୍ରତି ଭଲପାଇବାକୁ ଏହା ଦର୍ଶାଉଥିବା କୁହାଯାଉଛି। ଫିଫା ମଧ୍ୟ ଏହି ଫଟୋକୁ ଟ୍ବିଟ୍‌ କରି ଭାରତରେ ଫୁଟବଲ୍‌ କ୍ରେଜ୍‌ ଆରମ୍ଭ ହୋଇଯାଇଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe