ଚତୁଃରାଷ୍ଟ୍ରୀୟ ହକି ଜିତିଲା ଭାରତ

Advertisment
ଚତୁଃରାଷ୍ଟ୍ରୀୟ ହକି ଜିତିଲା ଭାରତ

ଡବ୍‌ଲିନ୍‌ (ଆୟର୍ଲାଣ୍ଡ୍‌): କାଣ୍ଟର ଫିଜ୍‌ଗେରାଲ୍ଡ ୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ଆନ୍ତର୍ଜାତିକ ମହିଳା ହକି ପ୍ରତିଯୋଗିତାରେ ଭାରତ ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍‌ରେ ଭାରତ ୧-୦ ଗୋଲ୍‌ରେ ଆୟୋଜକ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ବିଜୟ ସୂଚକ ଗୋଲ୍‌ଟି ଗଗନଦୀପ କୌର ଦେଇଥିଲେ। ପ୍ରଥମାର୍ଧ ଗୋଲ୍‌ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଧର ପ୍ରଥମ କ୍ବାର୍ଟର ଶେଷ ମିନିଟ୍‌ରେ ଗଗନଦୀପ (୪୫ ମିନିଟ୍‌) ଭାରତକୁ ଅଗ୍ରଣୀ ଦେଇଥିଲେ।‌ ଆଉ କୌଣସି ଗୋଲ୍‌ ନହେବାରୁ ଭାରତ ଟ୍ରଫି କରାୟତ କରି ନେଇଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ କାନାଡାକୁ ୨-୦, ଆୟର୍ଲାଣ୍ଡ୍‌କୁ ୨-୧ ଏବଂ ସ୍କଟ୍‌ଲାଣ୍ଡକୁ ୨-୧ ଗୋଲ୍‌ରେ ହରାଇ ଭାରତ ଅପରାଜେୟ ସହ ଫାଇନାଲ୍‌ରେ ପ୍ରବେଶ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe