Image Courtesy of India Today
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବ୍ରିସ୍ବେନ୍ର ଗ୍ୟାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟ୍ର ୪ର୍ଥ ଦିନ ଖେଳରେ ଦ୍ୱିତୀୟ ଇନିଙ୍ଗସ୍ରେ ଅଷ୍ଟ୍ରେଲିଆ ଟିମ୍ ୨୯୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ମହମ୍ମଦ ସିରାଜଙ୍କ ବଲ୍ରେ ଜୋସ୍ ହେଜେଲ୍ଉଡ୍ ଆଉଟ୍ ହେବା ପରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଙ୍ଗ୍ସ୍ର ପରିସମାପ୍ତି ଘଟିଥିଲା।
ଏହି ଚୂଡ଼ାନ୍ତ ଟେଷ୍ଟ୍ ମ୍ୟାଚ୍ ଜିଣିବାକୁ ଭାରତ ୩୨୮ ରନ୍ ଆବଶ୍ୟକ କରୁଛି। ଟିମ୍ ଇଣ୍ଡିଆର ରୋହିତ ଶର୍ମା ଏବଂ ଶୁଭମ୍ ଗିଲ୍ ଓପେନର୍ ଭାବେ ଦ୍ୱିତୀୟ ଇନିଙ୍ଗ୍ସ୍ ଆରମ୍ଭ କରିବାକୁ କ୍ରିଜ୍ରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ୍ ଷ୍ଟାର୍କ ବୋଲିଙ୍ଗ୍ କରିଥିଲେ।
Image Courtesy of ICC Twitterରୋହିତ ଶର୍ମା ୪ରନ୍ ଏବଂ ଶୁଭମ୍ ଗିଲ୍ କୌଣସି ରନ୍ ସଂଗ୍ରହ କରି ନ ଥିବା ବେଳେ ଅସରାଏ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଶୁଖିଲା ରଖିବାକୁ ଗ୍ରାଉଣ୍ଡ୍ମେନ୍ ପିଚ୍କୁ ଘୋଡ଼ାଇ ଦେଇଥିଲେ। ଯୋଗୁଁ ଅମ୍ପାୟାର୍ମାନେ ଖେଳ ବନ୍ଦ ରଖିବାର ସମ୍ଭାବନା ଅଛି।
Follow Us