୪ର୍ଥ ଟେଷ୍ଟ୍‍: ବ୍ରିଜ୍‌ବେନ୍‌ ହୋଟେଲ୍‌ ପାଖରୁ କରୋନା ‘ବ୍ରିଟେନ୍ ଷ୍ଟ୍ରେନ୍‌’ ଚିହ୍ନଟ ହେବା ପରେ ‘କ୍ୱାରେଣ୍ଟିନ୍‌’ରେ ଟିମ୍‌ ଇଣ୍ଡିଆ

Advertisment
ଭାରତ-ଇଂଲଣ୍ଡ ସୀମିତ ଓଭର ଶୃଙ୍ଖଳା: ଧାୱନ-ରାହୁଲ, ଚହର-ଭୁବନେଶ୍ବର, ଶ୍ରେୟସ୍-ସୂର୍ଯ୍ୟଙ୍କୁ ନେଇ ଦ୍ବନ୍ଦ୍ବ

Image Courtesy India Today

ନୂଆଦିଲ୍ଲୀ: କୁଇନ୍‌ସ୍‌ଲାଣ୍ଡ୍‌ରୁ ଚିହ୍ନଟ ହୋଇଥିବା ଏକ ନୂତନ କରୋନାଭାଇରସ୍‌ ମାମଲା ଅଧିକ ଦ୍ରୁତ-ସଂକ୍ରମଣଶୀଳ ‘ୟୁକେ ଷ୍ଟ୍ରେନ୍‌’ ବୋଲି ଜଣାପଡ଼ିବା ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ସମସ୍ତ ସଦସ୍ୟଙ୍କୁ କଡ଼ା ‘କ୍ୱାରେଣ୍ଟିନ୍‌’ରେ ରଖାଯାଇଛି।

ଭାରତୀୟ ଟିମ୍‌ ଅବସ୍ଥାନ କରୁଥିବା ହୋଟେଲ୍‌ ନିକଟରେ ଥିବା ଏକ ‘କ୍ୱାରେଣ୍ଟିନ୍‌’ ହୋଟେଲ୍‌ରୁ (ଗ୍ରାଣ୍ଡ୍‌ ଚାନ୍‌ସେଲର୍‌ ହୋଟେଲ୍‌)ଏହି ଭୂତାଣୁ ସଂକ୍ରମଣ ମାମଲା ସବୁ ଚିହ୍ନଟ କରାଯାଇଛି। ଫଳରେ ଜାନୁଆରି ୧୫ ତାରିଖରେ ଗ୍ୟାବାରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍‍ ମ୍ୟାଚ୍‌ ଖେଳ ପାଇଁ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି।

publive-image Image Courtesy of India TV News

ଉଲ୍ଲେଖଯୋଗ୍ୟ କି, ଏହି ସିରିଜ୍‌ର ଚୂଡ଼ାନ୍ତ ମ୍ୟାଚ୍‌ ନିମନ୍ତେ ଷ୍ଟାଡିୟମ୍‌ ଆସନ ସାମର୍ଥ୍ୟର ୫୦% ଦର୍ଶକଙ୍କୁ ଖେଳି ଦେଖିବାକୁ କୁଇନ୍‌ସ୍‌ଲାଣ୍ଡ୍‌ ସରକାର ଅନୁମତି ପ୍ରଦାନ କରିଥିଲେ। ଟେଷ୍ଟ୍‍ ମ୍ୟାଚ୍‌ ଚାଲିଥିବା ବେଳେ କ୍ରୀଡ଼ାସ୍ଥଳରେ ବୁଲାବୁଲି କରୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ଲାଗି ମାସ୍କ୍‌ ପରିଧାନ ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା।

‘ବ୍ରିଟେନ୍ କୋଭିଡ୍‌-୧୯ ଷ୍ଟ୍ରେନ୍‌’ ମାମଲା ଚିହ୍ନଟ ହେବା ପରେ ‘ଗ୍ରାଣ୍ଡ୍‌ ଚାନ୍‌ସେଲର୍‌ ହୋଟେଲ୍‌’ରେ ଥିବା ୨୫୦ ଅତିଥିଙ୍କୁ ସହରର ଅନ୍ୟାନ୍ୟ ହୋଟେଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ସୂଚନାଯୋଗ୍ୟ କି, ଗତ ୨୪ ଘଣ୍ଟା ମଧ୍ୟରେ କୁଇନ୍‌ସ୍‌ଲାଣ୍ଡ୍‌ରେ ମାତ୍ର ଦୁଇଟି ସଂକ୍ରମଣ ମାମଲା ଚିହ୍ନଟ କରାଯାଇଛି।

ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ୍‍ ମ୍ୟାଚ୍‌ ଖେଳିବା ନିମନ୍ତେ ମଙ୍ଗଳବାର ଦିନ ଟିମ୍‌ ଇଣ୍ଡିଆ ଯାଇ ବ୍ରିଜ୍‌ବେନ୍‌ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe