୪ ଥର ଗ୍ରାଣ୍ଡ୍‌ ସ୍ଲାମ୍ ବିଜେତା କୁପରଙ୍କ ଦେହାନ୍ତ

୪ ଥର ଗ୍ରାଣ୍ଡ୍‌ ସ୍ଲାମ୍ ବିଜେତା କୁପରଙ୍କ ଦେହାନ୍ତ

ବ୍ରିସ୍‌ବେନ୍: ୪ ଥର ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ଟ୍ରଫି ଜିତିଥିବା ଅଷ୍ଟ୍ରେଲୀୟ କିଂବଦନ୍ତି ଆସଲେ କୁପରଙ୍କର ଶୁକ୍ରବାର ୮୩ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ୧୯୫୮ ମସିହାରେ ଅଷ୍ଟ୍ରେଲିଆନ, ୱିମ୍ବଲଡନ୍‌ ଏବଂ ୟୁଏସ୍‌ ଚାମ୍ପିଅନସିପ୍‌ ସହିତ ବିଶ୍ବର ଏକ ନମ୍ବର ଖେଳାଳି ହୋଇଥିଲେ। ସେହିବର୍ଷ ସେ ଏକମାତ୍ର ପରାଜୟ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲରେ ବରଣ କରିଥିଲେ। ୧୯୫୭ ମସିହାରେ ଅଷ୍ଟ୍ରେଲିଆନ ଓପନ୍‌ରେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଥିଲେ। ଏହା ବ୍ୟତୀତ ସେ ମଧ୍ୟ ୪ ଥର ଗ୍ରାଣ୍ଡ୍‌ ସ୍ଲାମ ଯୁଗଳ ଟ୍ରଫି ଜିତିଥିଲେ।

ଟେନିସ୍ ପ୍ରଶାସକ ଭାବେ ମଧ୍ୟ ଦୀର୍ଘ ଦିନ କାମ କରିଥିଲେ। ୧୯୫୭ରେ କୁପରଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଦଳ ଆମେରିକାକୁ ହରାଇ ଡେଭିସ୍‌ କପ୍ ବଜାୟ ରଖିବାରେ ସକ୍ଷମ ହୋଇଥିଲା। ପରବର୍ତୀ ବର୍ଷ ଅମେରିକା ନିକଟରୁ ଦଳର ପରାଜୟ ପରେ ସେ ନିଜକୁ ବୋଝ ମଣି ପେସାଦାର ଚୁକ୍ତିରୁ ଓହରିଯାଇଥିଲେ। ଆହତ ସମସ୍ୟା କାରଣରୁ ୧୯୬୨ ମସିହାରେ ହିଁ ସେ ଟେନିସ୍ ଛାଡ଼ି ଦେଇଥିଲେ। ବ୍ରିସ୍‌ବେନ୍ ଫେରି ସେ ବ୍ୟବସାୟ ଓ କ୍ରୀଡ଼ା ପ୍ରଶାସକ ଭାବେ କାମ କରିଥିଲେ। ପଚାଶରୁ ସତୁରି ଦଶକ ମଧ୍ୟରେ ସେ ସବୁ ବର୍ଗରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ବୋଲି ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ପ୍ରକାଶ କରିଛନ୍ତି ଅନ୍ୟତମ କିଂବଦନ୍ତି ରଡ୍ ଲାଭର୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe