ମୁମ୍ବାଇ: ଶନିବାରଠାରୁ ହେଉଥିବାବେଳେ ତାହାକୁ ନେଇ ଏବେଠାରୁ ପ୍ରସଂଶକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି। ଏଥର ମୋଟ ୨୦ଟି ଦଳ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି, ତେବେ ସମସ୍ତଙ୍କ ନଜର ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍ ଉପରେ ରହିବ। କାରଣ ଏସବୁ ଦଳରେ ଏପରି ଖେଳାଳି ଅଛନ୍ତି ଯେଉଁମାନେ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିବାର କ୍ଷମତା ରଖନ୍ତି। କେବଳ ଏସବୁ ଦଳ ନୁହନ୍ତି ଅନ୍ୟ ଦଳଗୁଡ଼ିକରେ ବି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ରେକର୍ଡ କରିବାକୁ ପ୍ରସ୍ତୁତ। ଏବେ ଆସନ୍ତୁ ଜାଣିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ୫ଟି ବଡ଼ ରେକର୍ଡ ଉପରେ।
ଅଧିକପଢ଼ନ୍ତୁ:ନେପାଳ ସରକାରଙ୍କ ବଡ଼ ନିଷ୍ପତ୍ତି: ବିବାଦୀୟ ସୋସିଆଲ ମିଡିଆ ବିଲ୍ ପ୍ରତ୍ୟାହାର
ଟ୍ବେଣ୍ଟି-୨୦ ବିଶ୍ବକପ୍ର ୫ଟି ବଡ଼ ରେକର୍ଡ
୧. ଗୋଟିଏ ସଂସ୍କରଣରେ ସର୍ବାଧିକ ବିଜୟ : ଏହି ରେକର୍ଡଟି ଭାରତ ନାଁରେ ଅଛି। ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଲଗାତାର ୮ଟି ମ୍ୟାଚ ଜିତିଥିଲା। ଏହା ଟ୍ବେଣ୍ଟି-୨୦ ବିଶ୍ବକପର ଯେକୌଣସି ସଂସ୍କରଣରେ ଗୋଟିଏ ଦଳ ଦ୍ବାରା ହାସଲ କରାଯାଇଥିବା ସର୍ବାଧିକ ବିଜୟ। ନୂଆ ସଂସ୍କରଣରେ ଯେଉଁ ଦଳ ୯ଟି ମ୍ୟାଚ ଜିତିବ ସେହିଦଳ ଭାରତର ରେକର୍ଡ ଭାଙ୍ଗିବ।
୨. ସର୍ବାଧିକ ବ୍ୟକ୍ତିଗତ ରନ: ଏହି ରେକର୍ଡଟି ବିରାଟ କୋହଲିଙ୍କ ନାଁରେ ରହିଛି। ଟ୍ବେଣ୍ଟି-୨୦ ବିଶ୍ବକପରେ ସେ ମୋଟ ୩୫ଟି ମ୍ୟାଚ୍ ଖେଳି ମୋଟ ୧୨୯୨ ରନ କରିଛନ୍ତି। ତାଙ୍କ ତଳକୁ ଅଛନ୍ତି ଇଂଲଣ୍ଡର ଜସ୍ ବଟଲର୍ ଯିଏକି ୧୦୧୩ ରନ କରିଛନ୍ତି। ସେ ଆଗାମୀ ବିଶ୍ବକପରେ ଖେଳିବାକୁ ଯାଉଛନ୍ତ। ସେ ଯଦି ଆଉ ୨୮୦ ରନ କରନ୍ତି ତେବେ ବିରାଟଙ୍କ ରେକର୍ଡ ଭାଙ୍ଗିବ।
୩. ସର୍ବାଧିକ ବ୍ୟକ୍ତିଗତ ସ୍କୋର: ଏହି ରେକର୍ଡଟି ନ୍ୟୁଜିଲାଣ୍ଡର ବ୍ରାଣ୍ଡନ ମାକୁଲମ୍ଙ୍କ ନାମରେ ରହିଛି, ଯାହାକି ସେ ୨୦୧୨ ଟ୍ବେଣ୍ଟି-୨୦ ବିଶ୍ବକପରେ ୫୮ଟି ବଲରୁ ୧୨୩ ରନ କରି ହାସଲ କରିଥିଲେ। ଏପର୍ଯ୍ୟନ୍ତ ୧୦ଜଣ ବ୍ୟାଟର ଏହି ବିଶ୍ବକପରେ ଶତକ ହାସଲ କରିଛନ୍ତି, କିନ୍ତୁ କେହି ମାକୁଲମଙ୍କ ସ୍କୋରକୁ ଟପିପାରିନାହାନ୍ତି। ଗତ ୧୬ ବର୍ଷ ହେଲା ଏହି ରେକର୍ଡ କାଏମ ରହିଛି।
୪. ଗୋଟିଏ ସଂସ୍କରଣରେ ସର୍ବାଧିକ ରନ: ଏହି ରେକର୍ଡ ବି ବିରାଟଙ୍କ ନାଁରେ ରହିଛି। ସେ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପରେ ୬ଟି ମ୍ୟାଚରେ ୪ଟି ଅର୍ଦ୍ଧଶତକ ସହ ମୋଟ ୩୧୯ ରନ କରିଥିଲେ। ଏଥରର ବିଶ୍ବକପରେ ଜଣେ ଖେଳାଳି ସର୍ବାଧିକ ୯ଟି ମ୍ୟାଚ୍ ଖେଳିବାକୁ ଥିବାରୁ ଏହି ରେକର୍ଡ ଭଙ୍ଗ ହେବାର ସମ୍ଭାବନା ରହିଛି।
୫. ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା: ଓ୍ବେଷ୍ଟ ଇଣ୍ଡିଜ୍ର ନିକୋଲାସ୍ ପୁରନଙ୍କ ନାଁରେ ଏହି ରେକର୍ଡ ରହିଛି। ସେ ୨୦୨୪ ବିଶ୍ବକପରେ ୧୭ଟି ଛକା ମାରିଥିଲେ। ଏଥରର ବିଶ୍ବକପରେ ଛକା ମାରିବାରେ ଅନେକ ମାହିର ଖେଳାଳି ଥିବାରୁ ପୁରନଙ୍କ ରେକର୍ଡ ଭଙ୍ଗ ହୋଇପାରେ।
ଅଧିକପଢ଼ନ୍ତୁ:ମଣିଷ ନା ରାକ୍ଷସ ? ପାଣି ମାଗିବାରୁ ପିଟି ପିଟି ମାରିଦେଲେ ଡେଲିଭରୀ ବୟ, ଶିବମ୍ ଗୁପ୍ତା ହତ୍ୟାକାଣ୍ଡର ବଡ଼ ଖୁଲାସା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/04/new-project-4-2026-02-04-16-22-31.jpg)