କୋହଲିଙ୍କଠୁ ଅଧିକ ଆୟକାରୀ ୫ କ୍ରିକେଟର୍‌

କୋହଲିଙ୍କଠୁ ଅଧିକ ଆୟକାରୀ ୫ କ୍ରିକେଟର୍‌

ନୂଆଦିଲ୍ଲୀ: ସମସ୍ତ କ୍ରୀଡ଼ାକୁ ନେଇ ବିଶ୍ବର ସର୍ବାଧିକ ଆୟକାରୀ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ୬୬ତମ ସ୍ଥାନରେ ରହିଛି। ୨୦୨୦ରେ ପାଖାପାଖି ୧୯୬ କୋଟି ରୋଜଗାର କରିଥିବା କୋହଲି ଫୋର୍ବସର ଶୀର୍ଷ ୧୦୦ କ୍ରୀଡ଼ାବିତଙ୍କ ଭିତରେ ରହି ଦେଶର କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ବିସିସିଆଇରର କେନ୍ଦ୍ରୀୟ ଚୁକ୍ତି ‘ଏ’ରୁ ବାର୍ଷିକ ୭ କୋଟି, ଆଇପିଏଲ୍‌ରୁ ବର୍ଷିକ ୧୭ କୋଟି ସହିତ କୋହଲି ଏକାଧିକ ଉତ୍ପାଦର ବ୍ରାଣ୍ଡ୍‌ ଥିବାରୁ ଏଭଳି ଆୟ କରୁଛନ୍ତି। ତାଙ୍କ ଲୋକପ୍ରିୟତା ବଢ଼ିଛି ଏବଂ ସାମାଜିକ ଗଣମାଧ୍ୟମରେ ବିପୁଳ ପ୍ରଶଂସକଙ୍କୁ ଦେଖିଲେ କୋହଲି ବିଶ୍ବବ୍ୟାପୀ ଯୁବ ଗୋଷ୍ଠୀର ହୃଦୟରେ ରହିଥିବାର ପ୍ରମାଣ ମିଳିଯାଏ। ତେବେ କୋହଲି ବିଶ୍ବର ସର୍ବାଧିକ ଆୟକାରୀ କ୍ରିକେଟର୍‌ ନୁହଁନ୍ତି। ତାଙ୍କଠାରୁ ଏଭଳି ୫ ଜଣ ଆନ୍ତର୍ଜାତୀୟ କ୍ରିକେଟର୍‌ ରହିଛନ୍ତି ଯେଉଁମାନେ ଅଧିକ ଆୟ କରୁଛନ୍ତି। କୋହଲିଙ୍କ ଆୟ କ୍ରିକେଟ୍‌ ଖେଳିବା ଛଡ଼ା ଅନ୍ୟ ସୂତ୍ରରୁ ଅଧିକ ଆସୁଛି। ଏହି ୫ କ୍ରିକେଟର୍‌ କିନ୍ତୁ କେବଳ କ୍ରିକେଟ୍ ଖେଳରୁ ଅଧିକ ରୋଜଗାର କରୁଛନ୍ତି। ଏହି ୫ ଜଣ ହେଲେ ଇଂଲଣ୍ଡର‌ ଜୋ ରୁଟ୍‌, ଜୋଫ୍ରା ଅର୍ଚର, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍‌ ଏବଂ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍‌।

୧-ଜୋ ରୁଟ୍‌
ଇଂଲଣ୍ଡ ଟେଷ୍ଟ୍ ଅଧିନାୟକ‌ ଜୋ ରୁଟ୍‌ ସର୍ବାଧିକ ଆୟକାରୀ କ୍ରିକେଟରଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ। ଇଂଲଣ୍ଡର ଘରୋଇ କ୍ରିକେଟ୍ ବ୍ୟବସ୍ଥା କାରଣରୁ ସେ ଏଭଳି ଆୟ କରୁଛନ୍ତି। ଖେଳାଳିଙ୍କ ଇସିବି ଚୁକ୍ତିରେ ରେଷ୍ଟ୍‌ କ୍ରିକେଟକୁ ପ୍ରଧାନ୍ୟ ଦିଆଯାଇଛି। ଇସିବି କିନ୍ତୁ ୨୦୨୧ ଶେଷ ହେବା ପରେ ଏଥିରେ ପରିବର୍ତନ ଯୋଜନା ରଖିଛି। କେବଳ ଟେଷ୍ଟ୍‌ ଅଧିନାୟକ ଥିବାରୁ ରୁଟ୍‌ ବାର୍ଷିକ ୭.୨୨ କୋଟି ପାଉଛନ୍ତି। କୋହଲି ସମସ୍ତ ଫର୍ମାଟ ଚୁକ୍ତିରୁ ୭ କୋଟି ପାଉଛନ୍ତି। ଇସିବିର ଆକର୍ଷଣୀୟ ଦରମା ବ୍ୟବସ୍ଥା ରୁଟଙ୍କୁ ଆଗରେ ରଖିଛି।

୨-ଜୋଫ୍ରା ଅର୍ଚର୍‌
ଇଂଲଣ୍ଡର ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚର୍‌ ଏହି ତାଲିକାରେ ଦ୍ବିତୀୟରେ ରହିଛନ୍ତି। ୨୦୧୯-୨୦ ଋତୁରେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡର ସମସ୍ତ ୩ ଫର୍ମାଟ୍ ଦଳକୁ ଆସିଥିବା ଏହି ୱେଷ୍ଟଇଣ୍ଡିଜ୍ ଜନ୍ମିତ ଖେଳାଳି ଆଶ୍ଚର୍ଯ୍ୟଜନକ ଭାବେ ଖୁବ୍ କମ୍‌ ଦିନ ଭିତରେ ଶୀର୍ଷକୁ ଉଠିଛନ୍ତି। ୨୦୧୯ ଦିନିକିଆ ବିଶ୍ବକପ୍‌ ଫାଇନାଲର ଶେଷ ଓଭରରେ ୧୫ ରନ୍‌କୁ ଡିଫେଣ୍ଡ କରି ଇଂଲଣ୍ଡକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ ଆର୍ଚର। ରୁଟଙ୍କ ସହ ସେ ସମାନ ଟେଷ୍ଟ୍ ଦରମା ପାଉଥିଲେ ମଧ୍ୟ ମସସ୍ତ ଫର୍ମାଟରେ ଖେଳୁଥିବାରୁ ବର୍ଷକୁ ଇସିବିଠାରୁ ୯.୩୯ କୋଟି ଅର୍ଜନ କରୁଛନ୍ତି। ସେ ବିଶ୍ବର ୪୦ତମ ବଜା‌ରଯୋଗ୍ୟ କ୍ରୀଡ଼ବିତ୍‌ ବ‌ିବେଚିତ ହୋଇଥିଲେ।

୩-ବେନ ଷ୍ଟୋକ୍ସ
ଅଭିଜ୍ଞ ଇଂଲଣ୍ଡ୍ ଅଲରାଉଣ୍ଡର୍‌ ବେନ୍‌ ଷ୍ଟୋକ୍ସ ମଧ୍ୟ ଆର୍ଚରଙ୍କ ଭଳି ସମସ୍ତ ଫର୍ମାଟ ଖେଳାଳି ଥିବାରୁ ବିପୁଳ ଆୟ କରିଥାନ୍ତି। ୨୦୧୩ ମସିହାରୁ ସେ ଇଂଲଣ୍ଡ ପାଇଁ ନିୟମିତ ଖେଳି ଆସୁଛନ୍ତି। ଦଳ ପାଇଁ ସେ ଜଣେ ମ୍ୟାଚ୍‌ ବିଜେତା, ମନୋରଂଜନକାରୀ ଏବଂ ପ୍ରତିଦ୍ବନ୍ଦ୍ବୀ ପାଇଁ ବିପଦର ଖେଳାଳି। ଇସିବିଠାରୁ ସେ ଏବେ ବାର୍ଷିକ ୮.୭୫ କୋଟି ପାଉଛନ୍ତି। ନିରଂତର ଭଲ ଖେଳୁଥିବାରୁ ତାଙ୍କ ଆୟରେ ଇସିବି ୪୦ ପ୍ରତିଶତ ବଢ଼ାଇଛି।

୪-ଷ୍ଟିଭ୍‌ ସ୍ମିଥ୍‌
ଇସିବି ଭଳି କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ଟେଷ୍ଟ୍ କ୍ରିକେଟକୁ ଅଧିକ ମୂଲ୍ୟ ଦେଇ ଆସିଛି। ଫଳରେ ଦଳର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍ ସ୍ମିଥ୍‌ ମୋଟା ଅଙ୍କ ପାଉଛନ୍ତି। ଏହା ଛଡ଼ା ବିରାଟ କୋହଲିଙ୍କ ଭଳି ସ୍ମିଥ୍ ମଧ୍ୟ ନିଜ ଖ୍ୟାତି ଦୃଷ୍ଟିରୁ ବିଭିନ୍ନ ବ୍ରାଣ୍ଡ୍‌ରୁ ଅତିରିକ୍ତ ଆୟ କରୁଛନ୍ତି। ୨୦୧୮ ବାଲି କାଗଜ ବିବାଦ ପରେ ଏହା ପ୍ରଭାବିତ ହୋଇଥିଲେ ମଧ୍ୟ ପ୍ରତ୍ୟାବର୍ତନରେ ତାଙ୍କ ବ୍ୟାଟ୍‌ ପୁଣି କଥା କହିବାରୁ ଆୟ ବଢ଼ିଛି।

୫-ଜୋସ୍ ବଟଲର୍‌
ବେନ୍ ‌ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ଭଳି ଜୋସ୍ ବଟଲର୍ ମଧ୍ୟ ଇଂଲଣ୍ଡ ପାଇଁ ସବୁ ଫର୍ମାଟରେ ଖେଳନ୍ତି। ପୂର୍ବରୁ ଟେଷ୍ଟ୍ ଖେଳୁନଥିଲେ ମଧ୍ୟ ବିଗତ ୨ ବର୍ଷ ଭିତରେ ସେ ଚମତ୍କାର ପ୍ରତ୍ୟାବର୍ତନ କରିଛନ୍ତି। ଟେଷ୍ଟ୍ ଦଳର ଉପଅଧିନାୟକ ରହିଛନ୍ତି ଏବଂ ଆଇପିଏଲ୍‌ ଖେଳିବା ସହ ବ୍ରାଣ୍ଡ ମୂଲ୍ୟ ରଖିଥିବାରୁ ଭଲ ଆୟ କରୁଛନ୍ତି। ବଟଲରଙ୍କ ନିକଟରେ ଆଉ ୩/୪ ବର୍ଷର କ୍ରିକେଟ୍‌ ଥିବାରୁ ସେ ଅଧିକ ଆୟ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe