ପ୍ରଥମ ଦିନରେ ଓଡ଼ିଶାକୁ ୫ ପଦକ

Advertisment
ପ୍ରଥମ ଦିନରେ ଓଡ଼ିଶାକୁ ୫ ପଦକ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ସନ୍ତରଣାଗାରରେ ଆରମ୍ଭ ହୋଇଛି ଦ୍ବିତୀୟ ଓଡ଼ିଶା ଜାତୀୟ ମାନ୍ୟତା ସନ୍ତରଣ ପ୍ରତିଯୋଗିତା (ଫାଇନାଲ୍‌)। ଏହି ତିନି ଦିନିଆ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଆ ଖେଳାଳିଙ୍କ ଚମକ ଦେଖିବାକୁ ମିଳିଛି। ସୋମବାର ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛି ଆୟୋଜକ ଓଡ଼ିଶା। ଏକମାତ୍ର ସ୍ବର୍ଣ୍ଣ ସୃଷ୍ଟି ଉପାଧ୍ୟାୟ ୨୦୦ ମିଟର ବଟର ଫ୍ଲାଏରେ ଜିତିଛନ୍ତି। ଏହି ଇଭେଣ୍ଟରେ ରୌପ୍ୟ ଜିତିଥିବା ଦିବ୍ୟଙ୍କା ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ବି କାଂସ୍ୟ ଜିତିଥିଲେ। ଅନ୍ୟ ‌ଦୁଇଟି ରୌପ୍ୟ ମନ୍ନତା ମିଶ୍ର (୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌) ଓ ପ୍ରତ୍ୟାଶା ରାୟ (୨୦୦ ମିଟର ଫ୍ରିଷ୍ଟାଇଲ୍‌) ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe