କଟକ: ୧୭ ବର୍ଷରୁ କମ୍ ମହିଳା ବ୍ରିକ୍ସ ଫୁଟ୍ବଲ୍ ପ୍ରତିଯୋଗିତା ପାଇଁ ଘୋଷିତ ୨୦ ଜଣିଆ ଭାରତୀୟ ଦଳରେ ଓଡ଼ିଶାରୁ ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରର ଇଭା ପାନ୍ନା, ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ସୁସ୍ମିତା ତନ୍ତୀ, ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଶାନ୍ତି ମୁର୍ମୁ ଓ ବନ୍ୟା କବିରାଜ ଜାତୀୟ ଦଳରେ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ଜୋହାନସ୍ବର୍ଗରେ ହେବାକୁଥିବା ଏହି ପ୍ରତିଯୋଗିତାରେ ଭାରତର ମୁକାବିଲା ବ୍ରାଜିଲ, ଋଷିଆ, ଚୀନ ଓ ଦକ୍ଷିଣ ଆଫ୍ରିକା ସହିତ ହେବ।
ଭାରତୀୟ ଦଳ: ମୋନିକା ଦେବୀ, ଖୁସି ଚାନୁ, ଅର୍ଚ୍ଚନା ଏ’ (ସମସ୍ତେ ଗୋଲରକ୍ଷକ), ପବିତ୍ର ମୁରୁଗେସନ୍, ଇଭା ପାନ୍ନା, ସୁସ୍ମିତା ତନ୍ତୀ, ପାପ୍କି ଦେବୀ, ଶାନ୍ତି ମୁର୍ମୁ (ସମସ୍ତେ ଡିଫେଣ୍ଡର), ଗ୍ରେସ୍ ଲାଲରାମପରି, ଦେବିନିତା ରଏ, ବନ୍ୟା କବିରାଜ, ସମୀକ୍ଷା, ବେବିସାନା ଦେବୀ (ସମସ୍ତେ ମିଡ୍ଫିଲ୍ଡର), ସାନ୍ତିଆ ଭାନ୍ଲାହରିଆଟିଟି, କରିସ୍ମା ରାଏ, ମନିଷା, ସୌମ୍ୟ ଗୁଗୁଲୋଥ, କରିସ୍ମା ସିରଭୋଇକର, ରେଣୁ (ସମସ୍ତେ ଫରଓ୍ଵାର୍ଡ)।
Follow Us