ind-vs-aus-5th-australia-won-6-wickets
ସିଡ୍ନି: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ ସିଡ୍ନିରେ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୬ୱିକେଟରେ ଜିତି ସିରିଜକୁ ୩-୧ରେ କବଜା କରିଛି। ଏହି ସିରିଜରେ ଟିମ୍ ଇଣ୍ଡିଆର ୫ ଜଣ ଖେଳାଳିଙ୍କର ପ୍ରଦର୍ଶନ ବହୁତ ଖରାପ ଥିଲା। ଯେତେବେଳେ ଦଳ ଏହି ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରୁଥିଲା, ଏହି ଖେଳାଳିମାନେ ପ୍ରତ୍ୟେକ ଥର ଦଳକୁ ନିରାଶ କରିଥିଲେ।
ବିରାଟ କୋହଲି
ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କୁ ଭାରତୀୟ ବ୍ୟାଟିଂର ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ଭାବେ ବିବେଚନା କରାଯାଏ, କିନ୍ତୁ ଏହି ସିରିଜରେ କୋହଲି ଦଳକୁ ନିରାଶ କରିଥିଲେ। ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ କୋହଲି ଏକ ଶତକ ହାସଲ କରିଥିଲେ, କିନ୍ତୁ ସେବେଠାରୁ କୋହଲି ପ୍ରତ୍ୟେକ ଥର ସମାନ ଭୁଲ କରି ଆଉଟ୍ ହୋଇଥିଲେ। ପୂର୍ବତନ କ୍ରିକେଟରମାନେ ମଧ୍ୟ କୋହଲିଙ୍କ ଏହି ଖରାପ ପ୍ରଦର୍ଶନକୁ ନିନ୍ଦା କରିଥିଲେ। କିନ୍ତୁ କୋହଲି ତାଙ୍କ ଭୁଲରୁ କିଛି ଶିଖିଲେ ନାହିଁ । ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ କୋହଲି । ୧୭ରନ୍ ଏବଂ ଦ୍ୱିତୀୟ ଇନିଂସରେ ମାତ୍ର ୬ ରନ୍ ସଂଗ୍ରହ କରିଥିଲେ।
ରୋହିତ ଶର୍ମା
ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏହି ଟୁର୍ ଅତ୍ୟନ୍ତ ଖରାପ ହୋଇଛି। ଏହି କାରଣରୁ ତାଙ୍କୁ ନିଜକୁ ସିଡ୍ନି ଟେଷ୍ଟରୁ ଦୂରେଇ ରଖିବାକୁ ପଡିଥିଲା। ରୋହିତ ପ୍ରଥମ ମ୍ୟାଚ୍ ଖେଳିପାରି ନ ଥିଲେ, କିନ୍ତୁ ସେ ଦ୍ୱିତୀୟ ମ୍ୟାଚ୍ରେ ଫେରିଥିଲେ। ରୋହିତ ପୁରା ସିରିଜରେ ଫ୍ଲପ୍ ପ୍ରମାଣିତ ହୋଇଥିଲେ। ଏହି ସିରିଜରେ ତାଙ୍କ ବ୍ୟାଟରୁ ଗୋଟିଏ ଅର୍ଦ୍ଧ ଶତକ ମଧ୍ୟ ବାହାରି ନ ଥିଲା।
ଶୁଭମାନ ଗିଲ୍
ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ଗିଲ୍ ଏହି ସିରିଜରେ ତିନୋଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ଗୋଟିଏ ମ୍ୟାଚ୍ରେ ନିଜ ବ୍ୟାଟ୍ରୁ ଭଲ ଇନିଂସ ଦେଖାଇ ନ ଥିଲେ। ଏହି ସିରିଜରେ ଗିଲ୍ ଅର୍ଦ୍ଧଶତକ ହାସଲ କରିନାହାନ୍ତି । ସିଡନୀ ଟେଷ୍ଟରେ ରୋହିତଙ୍କ ସ୍ଥାନରେ ଗିଲ୍ ଖେଳିବାର ସୁଯୋଗ ପାଇଲେ, କିନ୍ତୁ ମ୍ୟାଚ୍ର ପ୍ରଥମ ଇନିଂସରେ ଗିଲ ମାତ୍ର ୨୦ ରନ୍ ଏବଂ ଦ୍ୱିତୀୟ ଇନିଂସରେ ମାତ୍ର ୧୩ରନ୍ ସ୍କୋର କରିଥିଲେ।
କେ.ଏଲ୍ ରାହୁଲ
କେ.ଏଲ ରାହୁଲ ପର୍ଥ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ। ସିରିଜର ଅବଶିଷ୍ଟ ଚାରିଟି ମ୍ୟାଚ୍ରେ ରାହୁଲ ଦଳକୁ ନିରାଶ କରିଥିଲେ। ସିଡ୍ନି ଟେଷ୍ଟର ପ୍ରଥମ ଇନିଂସରେ ରାହୁଲ ମାତ୍ର ୪ ରନ୍ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଇନିଂସରେ ୧୩ ରନ୍ ସଂଗ୍ରହ କରିଥିଲେ।
ମହମ୍ମଦ ସିରାଜ
ଏହି ସିରିଜରେ ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ବିଶେଷ କିଛି ନ ଥିଲା। ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ଅନ୍ୟ କୌଣସି ଦ୍ରୁତ ବୋଲର ଏହି ସିରିଜରେ ନିଜର ଚିହ୍ନ ଛାଡି ପାରି ନ ଥିଲେ। ସିରାଜ ସିଡ୍ନି ଟେଷ୍ଟରେ ନିଶ୍ଚିତ ଭାବେ ଭଲ ବୋଲିଂ କରିଥିଲେ। କିନ୍ତୁ ସମଗ୍ର ସିରିଜରେ ତାଙ୍କ ପ୍ରଦର୍ଶନ ଭଲ ନ ଥିଲା। ସିଡ୍ନି ଟେଷ୍ଟରେ ସିରାଜ ୪ ୱିକେଟ୍ ନେଇଥିଲେ।
ଅଧିକ ପଢ଼ନ୍ତୁ: ଭାରତର ଲଜ୍ଜାଜନକ ପରାଜୟ: ୧୦ବର୍ଷପରେ ଅଷ୍ଟ୍ରେଲିଆ ହାତରେ ବର୍ଡର-ଗାଭାସ୍କର ଟ୍ରଫି
ଏହି ପରାଜୟ ସହିତ କ୍ରମାଗତ ତୃତୀୟ ଥର ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍(ଡବ୍ଲୁଟିସି) ଫାଇନାଲରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଯାଇଛି।
ଏହି ମ୍ୟାଚ୍ରେ ଭାରତ କଙ୍ଗାରୁ ଦଳକୁ ୧୬୨ରନ୍ର ଟାର୍ଗେଟ ଦେଇଥିଲା, ଯାହା ଆୟୋଜକ ଦଳ ୪ ୱିକେଟ୍ ହରାଇ ସହଜରେ ହାସଲ କରିଥିଲେ।
ଅଧିକ ପଢ଼ନ୍ତୁ: କଣ୍ଟେନରରୁ ୩୬ ଗୋରୁଙ୍କୁ ଉଦ୍ଧାର: ବେଆଇନ୍ ଗୋଚାଲାଣକାରୀ ଫେରାର
Follow Us