ଭୁବନେଶ୍ବର: ୫ଟି ପ୍ରୟାସରେ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଚାଲିଥିବା ନିର୍ମାଣାଧୀନ ନୂଆ କ୍ରୀଡ଼ା ଭିତ୍ତିଭୂମିକୁ ଶନିବାର ବୁଲି ଦେଖିଛନ୍ତି ଏହାର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଭିକେ ପାଣ୍ଡିଆନ୍। ଭାରତର ପ୍ରଥମ ଇନ୍ଡୋର୍ ଆଥ୍ଲେଟିକ୍ସ ଷ୍ଟାଡିୟମ୍, ଇନ୍ଡୋର୍ ଆକ୍ବାଟିକ୍ ଷ୍ଟାଡିୟମ୍, ଟେନିସ୍ ସେଣ୍ଟର୍, ହକି ହାଇ ପରଫର୍ମାନ୍ସ ସେଣ୍ଟର୍, ଜିମ୍ନାଷ୍ଟିକ୍ସ ସେଣ୍ଟର୍ ଏବଂ ଭାରତର ସର୍ବବୃହତ ସ୍ପୋର୍ଟସ ମେଡିସିନ୍ ସେଣ୍ଟର୍ ସାଙ୍ଗକୁ ଡାଲମିଆ ଭାରତର ସିଏସ୍ଆର୍ ଅଧିନରେ ନିର୍ମାଣ ଚାଲିଥିବା ବ୍ୟାଡମିଣ୍ଟନ୍ ହାଇ ପରଫର୍ମାନ୍ସ ସେଣ୍ଟର୍ ନିର୍ମାଣ ମଧ୍ୟ ବୁଲି ଦେଖିଥିଲେ। ୧୫ ମାସ ତଳେ ଆରମ୍ଭ ହୋଇଥିବା ଏହି ସବୁ ପ୍ରକଳ୍ପର କାର୍ଯ୍ୟ ଆସନ୍ତା ୨ ମାସ ଭିତରେ ଶେଷ ହୋଇଯିବ ବୋଲି ଆଶା କରାଯାଉଛି।
ପ୍ରକଳ୍ପର ଅଗ୍ରଗତି ପରଖିଥିଲେ। ନିର୍ଧାରିତ ସମୟରେ କାର୍ଯ୍ୟ ସମ୍ପନ୍ନ କରିବା ନେଇ କାର୍ଯ୍ୟରତ ଇଂଜିନିୟରଙ୍କ ସହ ଆଲୋଚନା କରିଥିଲେ। କ୍ରୀଡ଼ା ଓ ଯୁବ ଭବିଷ୍ୟତଙ୍କ ପାଇଁ ବିନିଯୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଥିବା ଦୂରଦୃଷ୍ଟି ଫଳରେ ଏଠାରୁ ଭବିଷ୍ୟତର ଚାମ୍ପିଅନ୍ ସୃଷ୍ଟି ହେବେ। ଭାରତକୁ ଏକ ବାସ୍ତବ କ୍ରୀଡ଼ା ରାଷ୍ଟ୍ରରେ ପରିଣତ କରିବାରେ ଓଡ଼ିଶା ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି ପରିକଳ୍ପନା କରାଯାଇଛି।
Follow Us