କାଉଣ୍ଟି ପଦାର୍ପଣରେ ସୁନ୍ଦର ଓ ସୈନିଙ୍କୁ ୫ ୱିକେଟ୍‌ ସଫଳତା

Advertisment
କାଉଣ୍ଟି ପଦାର୍ପଣରେ ସୁନ୍ଦର ଓ ସୈନିଙ୍କୁ ୫ ୱିକେଟ୍‌ ସଫଳତା

ICC Cricket Schedule

ନର୍ଥମ୍ପଟନ୍‌: ଦୁଇ ଭାରତୀୟ ବୋଲର ୱାସିଂଟନ୍‌ ସୁନ୍ଦର ଏବଂ ନଭ୍‌ଦୀପ ସୈନିଙ୍କ କାଉଣ୍ଟି ପଦା‌ର୍ପଣ ଚମତ୍କାର ଢଙ୍ଗରେ ଆରମ୍ଭ ହୋଇଛି। ଉଭୟ ନିଜ ନିଜ ପ୍ରଥମ ମ୍ୟାଚ୍‌ରେ ୫ ୱିକେଟ୍‌ ସଫଳତା ହାସଲ କରିଛନ୍ତି। ଲାଙ୍କାସାୟାର ପକ୍ଷରୁ ଖେଳି କାଉଣ୍ଟି ପଦାର୍ପଣ କରିଥିବ‌ା ଭାରତୀୟ ସ୍ପିନ୍‌ ଅଲ୍‌ରାଉଣ୍ଡର ସୁନ୍ଦର ବୁଧବାର ନର୍ଥମ୍ପଟନ୍‌ସାୟାର ବିପକ୍ଷରେ ୫ ୱିକେଟ୍‌ ଦଖଲ କରିଥିଲେ। ନିଜର ପ୍ରଥମ ଓଭରର ଦ୍ବିତୀୟ ବଲ୍‌ରେ ହିଁ ସୁନ୍ଦର ୱିକେଟ୍‌ ଅକ୍ତିଆର କରିଥିଲେ। ସେ ପ୍ରତିପକ୍ଷର ଅଧିନାୟକ ୱିଲ୍‌ ୟଙ୍ଗ୍‌ (୨)ଙ୍କୁ ଆଉଟ୍‌ କରିବା ପରେ ମଧ୍ୟକ୍ରମରେ ରୢାନ ରିକେଲଟନ୍‌ (୨୨), ରବ୍‌ କିଓଗ (୫୪), ଟମ୍‌ ଟେଲର (୧) ଏବଂ ୱିକେଟ୍‌ରକ୍ଷକ ଲୁଇସ୍‌ ମ୍ୟାକ୍‌ମନୁଷ (୬୧)ଙ୍କୁ ପାଭିଲିୟନ ପଠାଇ ଦେଇଥିଲେ। ସୁନ୍ଦର ସୋମବାର ଓଲ୍‌ଡ ଟ୍ରାଫୋର୍ଡରେ ପହଞ୍ଚିବା ମାତ୍ରେ ଦଳ ପକ୍ଷରୁ ତାଙ୍କୁ ଜର୍ସି ପ୍ରଦାନ କରାଯାଇଥିଲା। ମଙ୍ଗଳବାରଠୁ ସେ ମ୍ୟାଚ୍‌ ଖେଳିଥିଲେ। ଏହି ଭାରତୀୟ ଅଫ୍‌ ସ୍ପିନର ସୁନ୍ଦର ପୂରା ରୟାଲ ଲଣ୍ଡନ ଦିନିକିଆ କପ୍‌ ପ୍ରତିଯୋଗିତାରେ ଉପଲବ୍‌ଧ ହେବେ ବୋଲି କ୍ଲବ୍‌ ପକ୍ଷରୁ କୁହାଯାଇଛି।

ସେହିପରି ଭାରତୀୟ ଦ୍ରୁତ ବୋଲର ନଭଦୀପ ସୈନି ମଧ୍ୟ କେଣ୍ଟ୍‌ ପକ୍ଷରୁ ଖେଳି କାଉଣ୍ଟି ପଦାର୍ପଣ କରିଛନ୍ତି। ୱାର୍‌ୱିକ୍‌ସାୟାର ବିପକ୍ଷ ପଦାର୍ପଣ ମ୍ୟାଚ୍‌ରେ ସେ ବ୍ୟାଟିଂରେ ଖାତା ଖୋଲିପାରିନଥିଲା ବେଳେ ବୋଲିଂରେ ୫ ୱିକେଟ୍‌ ଝଡ଼ାଇଛନ୍ତି। ସେ କ୍ରିସ୍‌ ବେଞ୍ଜାମିନ (୭), ଡାନ୍‌ ମୋସ୍‌ଲି (୦), ମାଇକେଲ ବର୍ଗେସ (୦), ହେନ୍‌ରି ବ୍ରୁକ୍ସ (୬), କ୍ରେଗ୍‌ ମାଇଲ୍ସ (୫)ଙ୍କ ୱିକେଟ୍‌ ଦଖଲ କରିଥିଲେ। ପଦାର୍ପଣରେ ୫ ୱିକେଟ୍‌ ସଫଳତା ପାଇଁ କେଣ୍ଟ ଦଳର ଖେଳାଳିମାନେ ପାଳି ଶେଷରେ ସୈନିଙ୍କୁ ଅଭିବାଦନ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe