ମହିଳା ହକି ବିଶ୍ବକପ୍‌ର ୫୦ ଦିନିଆ ଅବଗଣନା: ବେଙ୍ଗାଲୁରୁରେ ରଣନୀତି ଶାଣିତ କରିବାରେ ବ୍ୟସ୍ତ ଭାରତୀୟ ଦଳ

Advertisment
ମହିଳା ହକି ବିଶ୍ବକପ୍‌ର ୫୦ ଦିନିଆ ଅବଗଣନା: ବେଙ୍ଗାଲୁରୁରେ ରଣନୀତି ଶାଣିତ କରିବାରେ ବ୍ୟସ୍ତ ଭାରତୀୟ ଦଳ

ବେଙ୍ଗାଲୁରୁ: ନେଦରଲାଣ୍ଡ୍ସ ଏବଂ ସ୍ପେନ୍‌ରେ ଜୁଲାଇ ପହିଲାଠାରୁ ଆରମ୍ଭ ହେବାକୁ ଥିବା ମହିଳା ହକି ବିଶ୍ବକପ୍‌ର ୫୦ ଦିନିଆ ଅବଗଣନା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ଲାଗି ଭାରତୀୟ ମହିଳା ଦଳ ସଂପ୍ରତି ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରଠାରେ ନିଜ ରଣନୀତିକୁ ଆହୁରି ଶାଣିତ କରିବାରେ ବ୍ୟସ୍ତ ରହିଛି। ନିକଟରେ ଶେଷ ହୋଇଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ସହ କନିଷ୍ଠ ମହିଳା ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ଭାରତୀୟ ଦଳ ବିଶ୍ବକପ୍‌କୁ ନେଇ ବେଶ୍ ଉତ୍ସାହିତ ଅଛି। ପ୍ରଶିକ୍ଷଣ ଶିବିରରେ ଥିବା ଖେଳାଳିଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ ଭାରତୀୟ ଦଳର ଗୋଲ୍‌ରକ୍ଷିକା ତଥା ଅଧିନାୟିକା ସବିତା ପୁନିଆ କହିଛନ୍ତି ଯେ ଶିବିରରେ ଉତ୍ସାହ ଭରି ରହିଛି। ଖେଳାଳିମାନେ ଅଭ୍ୟାସ ବେଳେ ନିଜ ନିଜର ଶତପ୍ରତିଶତ ଅବଦାନ ଦେଉଛନ୍ତି।

ପ୍ରୋ ଲିଗ୍ ଏବଂ କନିଷ୍ଠ ମହିଳା ବିଶ୍ବକପ୍‌ରେ ଭଲ କରି କିଛି ନୂଆ ଖେଳାଳି ପ୍ରଶିକ୍ଷଣ ଶିବିରରେ ଥିବାରୁ ଆମ ଭିତରେ ଏକ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଲାଗି ରହିଛି। ଏହା ବ୍ୟକ୍ତିଗତ ଭାବେ ଆମକୁ ଆମ ଦକ୍ଷତା ଏବଂ କୌଶଳରେ ଆହୁରି ଉନ୍ନତି ଆଣିବାକୁ ପ୍ରେରିତ କରୁଛି। ଦଳର ପ୍ରସ୍ତୁତି ଏବେ ଠିକ୍ ଭାବେ ଚାଲିଛି। ସୂଚନାଯୋଗ୍ୟ ଯେ ବିଶ୍ବକପ୍‌ରେ ଭାରତୀୟ ମହିଳା ହକି ଦଳ ଇଂଲଣ୍ଡ, ଚୀନ ଓ ନ୍ୟୁଜିଲାଣ୍ଡ ସହ ପୁଲ୍-ବି’ରେ ସ୍ଥାନ ପାଇଛି। ଭାରତ ତାର ପ୍ରଥମ ମ୍ୟାଚ୍ ନେଦରଲାଣ୍ଡ୍ସର ଆମଷ୍ଟେନଭିଲ୍‌ଠାରେ ଇଂଲଣ୍ଡ ବିପକ୍ଷରେ ଜୁଲାଇ ୩ ତାରିଖ ଦିନ ଖେଳିବ। ଏହା ପୂର୍ବରୁ ଭାରତୀୟ ଦଳ ମଧ୍ୟ ବେଲଜିୟମରେ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଖେଳିବ। ସେହିଭଳି ସପ୍ତାହାନ୍ତରେ ନେଦରଲାଣ୍ଡ୍ସରେ ଆଉ କିଛି ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳିବ। ଏହି କ୍ରମରେ ଜୁନ୍ ୧୮ ଓ ୧୯ରେ ଆର୍ଜେଣ୍ଟିନା ଏବଂ ଜୁନ୍ ୨୧ ଓ ୨୨ରେ ଆମେରିକାକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe