ଟି-୨୦ରେ ୫୦୦ ୱିକେଟ୍‌: ବ୍ରାଭୋ ପ୍ରଥମ

Advertisment
ବ୍ରାଭୋ ଆହତ; ଦୁଇ ସପ୍ତାହ ଖେଳିପାରିବେନି

MensXP.com

ନୂଆଦିଲ୍ଲୀ: ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଡ୍ବେନ୍‌ ବ୍ରାଭୋ ବୁଧବାର ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଛନ୍ତି। ସେ ପ୍ରଥମ ବୋଲର ଭାବେ କ୍ରିକେଟ୍‌ର ଏହି ସଂକ୍ଷିପ୍ତ ଫର୍ମାଟ୍‌ରେ ୫୦୦ ୱିକେଟ୍‌ ଅକ୍ତିଆର କରିଛନ୍ତି। ସଂପ୍ରତି ଚାଲିଥିବା କାରବୀୟ ପ୍ରିମିୟର ଲିଗ୍‌ (ସିିପିଏଲ୍‌)ରେ ସେ ଏହି ସଫଳତା ପାଇଛନ୍ତି। ତ୍ରିନବାଗୋ ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଥିବା ବ୍ରାଭୋ ମ୍ୟାଚ୍‌ର ଚତୁର୍ଥ ଓଭରରେ ସେଣ୍ଟ୍‌ ଲୁଇସ୍‌ ଜୌକ୍ସର ରକିମ କର୍ନୱାଲ୍‌ଙ୍କ ୱିକେଟ୍‌ ନେଇ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ। ଏହି ମ୍ୟାଚ୍‌ରେ ସେ ୭ ରନ୍‌ ଦେଇ ୨ ୱିକେଟ୍‌ ଅକ୍ତିଆର କରିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ୱେଷ୍ଟ୍‌ଇଣ୍ଡିଜ୍‌ର ଦୁଇ ଟି-୨୦ ବିଶ୍ବକପ୍‌ (୨୦୧୨, ୨୦୧୬) ବି‌ଜୟୀ ଦଳର ସଦସ୍ୟ ଥିବା ବ୍ରାଭୋ ଆଇପିଏଲ୍‌, ସିପିଏଲ୍‌, ବିଗ୍‌ବାସ୍‌ ଲିଗ୍‌, ବାଂଲାଦେଶ ପ୍ରିମିୟର ଲିଗ୍‌, ପାକିସ୍ତାନ ସୁପର ଲିଗ୍‌ ପରି ଅନେକ ଲିଗ୍‌‌ରେ ଖେଳୁଛନ୍ତି। ସେ ପାଖାପାଖି ୨୦ ଦଳରୁ ପ୍ରତିନିଧିତ୍ବ କରୁଛନ୍ତି। ଏହି ସୁନ୍ଦର ଯାତ୍ରା ପାଇଁ ମୋର ସମସ୍ତ ଦଳୀୟ ସାଥୀଙ୍କୁ ଧନ୍ୟବାଦ ଦେବି। ମୁଁ ଖେଳିଥିବା ବିଶ୍ବର ସମସ୍ତ ଦଳକୁ ବି ଧନ୍ୟବାଦ। ଏହା ଏକ ବ୍ୟାଟ୍ସମ୍ୟାନ୍‌‌ ଖେଳ ହୋଇଥିଲା ବେଳେ ବୋଲର ଭାବେ ଏ‌ହି ସଫଳତା ପାଇଥିବାରୁ ବହୁତ ଖୁସି ବୋଲି ବ୍ରାଭୋ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe