ଜାତୀୟ ଶକ୍ତିଉତ୍ତୋଳନରେ ଓଡ଼ିଶାରୁ ୫୧

Advertisment
ଜାତୀୟ ଶକ୍ତିଉତ୍ତୋଳନରେ ଓଡ଼ିଶାରୁ ୫୧

ଭୁବନେଶ୍ବର: ଝାଡ଼ଖଣ୍ଡର ଜାମସେଦପୁରଠାରେ ବୁଧବାରଠୁ ଆରମ୍ଭ ହୋଇଥିବା ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଓଡ଼ିଶାରୁ ୫୧ (ମହିଳା ୧୨, ପୁରୁଷ ୩୯) ପ୍ରତିଯୋଗୀ ଭାଗ ନେଇଛନ୍ତି। ୨୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଶକ୍ତିଉତ୍ତୋଳନ ଇକ୍ବିପ୍‌ଡ ଓ ଅନ୍‌ଇକ୍ବିପ୍‌ଡ‌ ବିଭିନ୍ନ ଓଜନ ବର୍ଗରେ ପୁରୁଷ, ମହିଳା, ମାଷ୍ଟର-୧ ଓ ମାଷ୍ଟର-୨ ବିଭାଗରେ ଏହି ଖେଳାଳିମାନେ ଭାଗନେବେ। ସେହିପରି ବେଞ୍ଚ୍‌ପ୍ରେସ ଇକ୍ବିପ୍‌ଡ ଓ ଅନ୍‌ଇକ୍ବିପ୍‌ଡରେ ମଧ୍ୟ ଏହି ଦଳ ପୁରୁ‌ଷ, ମହିଳା, କନିଷ୍ଠ ବାଳକ ଓ ବାଳିକା ଏବଂ ମାଷ୍ଟର-୨ ବିଭାଗରେ ଭାଗନେବେ। ‌ପୁରୁ‌ଷ ଦଳର ଜାୱେଦ ଅର୍ଶାଦ ଏବଂ ମହିଳା ଦଳର ସୋମନାଥ ପଟ୍ଟନାୟକ ପ୍ରଶିକ୍ଷକ ଥିଲା ବେଳେ ସଂଗ୍ରାମ କୁମାର ବେହେରା ପ୍ରବନ୍ଧକ ରହିଛନ୍ତି। ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ସମ୍ପାଦକ ସଙ୍ଗୀତା ସିଂହ ସଫଳତା କାମନା କରି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe