ପଞ୍ଚମ ଦିନିକିଆରେ ୩୫ ରନ୍‌ରେ ନ୍ୟୁଜିଲାଣ୍ଡ୍‌କୁ ହରାଇ ୪-୧ରେ ସିରିଜ୍‌ କବ୍‌ଜା କଲା ଭାରତ

Advertisment
ପଞ୍ଚମ ଦିନିକିଆରେ ୩୫ ରନ୍‌ରେ ନ୍ୟୁଜିଲାଣ୍ଡ୍‌କୁ ହରାଇ ୪-୧ରେ ସିରିଜ୍‌ କବ୍‌ଜା କଲା ଭାରତ

ହ୍ୟାମିଲ୍‌ଟନ୍‌: ଓଏଲିଂଟନ୍‌ଠାରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଚାଲିଥିବା ପଞ୍ଚମ ତଥା ଶେଷ ଦିନିକିଆରେ ଭ୍ରମଣକାରୀ ଭାରତ ୩୫ ରନ୍‌ରେ ବିଜୟ ହାସଲ କରିଛି। ଟିମ୍‌ ଇଣ୍ଡିିଆ ଆଜି ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ହେଲେ ଦଳରେ ପ୍ରାଥମିକ ପର୍ଯ୍ୟାୟରେ ବ୍ୟଟିଂ ବିପର୍ଯ୍ୟାୟ ଘଟିଥିଲା। ମାତ୍ର ୬ ଓଭର୍‌ରେ ଦଳ ୨ ଓ୍ଵିକେଟ୍‌ ବିନିମୟରେ ମାତ୍ର ୧୨ ରନ୍‌ ସଂଗ୍ରହ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପାଣ୍ଡ୍ୟା ଭାରତର ବ୍ୟାଟିଂ ବିପର୍ଯ୍ୟୟକୁ ସମ୍ଭାଳି ନେବାରେ ସକ୍ଷମ ହୋଇଥିଲେ। ୩୯ ଓଭର୍‌ ଓ ୫ଟି ବଲ୍‌ ଖେଳି ଭାରତ ୨୫୨ ରନ୍‌ର ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡ୍‌କୁ।

କିନ୍ତୁ ବିଜୟ ହାସଲ ପାଇଁ ନ୍ୟୁଜିଲାଣ୍ଡ୍‌କୁ ଭାରତ ଦେଇଥିବା ୨୫୨ ରନ୍‌ ଟାର୍ଗେଟର ପିଛା କରିବାକୁ ଯାଇ ୪୪ ଓଭର୍‌ ଓ ଗୋଟିଏ ବଲ୍‌ ଖେଳି ନ୍ୟୁଜିଲାଣ୍ଡ୍‌ର ସମସ୍ତ ଖେଳାଳି ଆଉଟ୍‌ ହୋଇଯିବା ସହ ସଂଗ୍ରହ କରିଥିଲେ ମାତ୍ର ୨୧୭ ରନ୍‌। ଫଳରେ ୩୫ ରନ୍‌ରେ ଭାରତ ଏହି ପଞ୍ଚମ ତଥା ଶେଷ ଦିନିକିଆକୁ ଜିତି ନେଇଛି।

ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ୍‌ ୫ ଟିକିଆ ଦିନିକିଆ ସିରିଜ୍‌ରେ ଭାରତ ୩-୧ରେ ଆଗୁଆ ଥିଲା। ପ୍ରଥମ ୩ଟି ମ୍ୟାଚ୍‌ ଭାରତ ଜିତିଥିବା ବେଳେ ୪ର୍ଥ ମ୍ୟାଚ୍‌ଟିକୁ ନ୍ୟୁଜିଲାଣ୍ଡ୍‌୍‌ ଜିତିଥିଲା। ତେବେ, ପଞ୍ଚମ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିବା ପରେ ଏହି ସିିରିଜ୍‌କୁ ୪-୧ରେ ନିଜ କବ୍‌ଜାକୁ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe