ରୋଚକ ମୋଡ଼ରେ ୫ମ ଟେଷ୍ଟ, ଜୟସ୍ବାଲଙ୍କ ଶତକ

କେନିଙ୍ଗଟନ ଓଭାଲ ଟେଷ୍ଟର ଆଜି ହେଉଛି ୩ୟ ଦିନ । ୩ୟ ଦିନରେ ମ୍ୟାଚ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଗୋଟିଏ ପଟେ ଭାରତ ଯଶସ୍ବୀ ଜୟସ୍ବାଲଙ୍କ ଶତକ ବଳରେ ନିଜର ସ୍ଥିତି ସୁଦୃଢ କରିବାକୁ ଉଦ୍ୟମ କରୁଥିବାବେଳେ ଅନ୍ୟପଟେ ଇଂଲଣ୍ଡ ବୋଲରମାନେ ଭାରତର ୬ ଟି ଓ୍ବିକେଟ ହାସଲ କରିବାକୁ ସକ୍ଷମ ହୋଇଛନ୍ତି ।

GxWcUfUXEAAjAYD

ଲଣ୍ଡନ : କେନିଙ୍ଗଟନ ଓଭାଲ ଟେଷ୍ଟର ଆଜି ହେଉଛି ୩ୟ ଦିନ । ୩ୟ ଦିନରେ ମ୍ୟାଚ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଗୋଟିଏ ପଟେ ଭାରତ ଯଶସ୍ବୀ ଜୟସ୍ବାଲଙ୍କ ଶତକ ବଳରେ ନିଜର ସ୍ଥିତି ସୁଦୃଢ କରିବାକୁ ଉଦ୍ୟମ କରୁଥିବାବେଳେ ଅନ୍ୟପଟେ ଇଂଲଣ୍ଡ ବୋଲରମାନେ ଭାରତର ୬ ଟି ଓ୍ବିକେଟ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଭାରତ ୬ ଓ୍ବିକେଟ ହରାଇ ୨୭୪ ରନ କରିଛି । ଜୟସ୍ବାଲ ୧୧୮ ରନ କରି ଆଉଟ ହୋଇଛନ୍ତି । ରବୀନ୍ଦ୍ର ଜାଦେଜା ୧୮ ରନ ଓ ଧ୍ରବ ଜୁରେଲ ୦ କରି ଅପରାଜିତ ଅଛନ୍ତି । ତେବେ ଆଜି ମଧ୍ୟାହ୍ନ ଭୋଜନ ପୂର୍ବ ସେସନର ମୁଖ୍ୟ ଆକର୍ଷଣ ଥିଲା ଜୟସ୍ବାଲ ଓ ଆକାଶ ଦୀପଙ୍କ ମଧ୍ୟରେ ହୋଇଥିବା ଭାଗିଦାରୀ । ଆକାଶଦୀପ ଗତକାଲି ନାଇଟ ଓ୍ବାଚମ୍ୟାନଭାବେ ଆସି ମଧ୍ୟ ୬୬ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ । ତେବେ ଆକାଶଦୀପ ଆଉଟ ହେବା ପରେ ଅଧିନାୟକ ଶୁବମନ ଓ କରୁନ ନାୟାର ବିଶେଷ ଯୋଗଦାନ ଦେଇପାରିନଥିଲେ । 

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମ ଇନିଂସରେ ୨୨୪ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୪୭ ରନ କରି ଅଲଆଉଟ ହୋଇଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe