କଟକ: ଜାମସେଦପୁରଠାରେ ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହେବାକୁଥିବା ଜାତୀୟ ମହିଳା ଫୁଟ୍ବଲ ଶିବିର ପାଇଁ ଓଡ଼ିଶାରୁ ୫ ଖେଳାଳି ଓ ଜଣେ ପ୍ରଶିକ୍ଷକଙ୍କୁ ଡାକରା ଆସିଛି। ସେମାନେ ହେଲେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ମଞ୍ଜୁ ଗଞ୍ଜୁ, ସୁସ୍ମିତା ତନ୍ତୀ, ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ବନ୍ୟା କବିରାଜ, କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରର ଜ୍ୟୋତି କୁମାରୀ ଓ ନିକିତା ବିଶି। ଏମାନଙ୍କ ବ୍ୟତୀତ ଗୀତାଞ୍ଜଳି ଖୁଣ୍ଟିଆଙ୍କୁ ଶିବିରରେ ସହକାରୀ ପ୍ରଶିକ୍ଷକ ଭାବେ ଯୋଗଦେବାକୁ ଏଆଇଏଫ୍ଏଫ୍ ପକ୍ଷରୁ ରାଜ୍ୟ ଫୁଟ୍ବଲ ସ˚ଘ ‘ଫାଓ’କୁ ଜଣାଇଦିଆଯାଇଛି। ୨୦୨୨ରେ ହେବାକୁଥିବା ଏଏଫ୍ସି ମହିଳା ଚାମ୍ପିଅନସିପ୍ ପାଇଁ ଏଠାରେ ଖେଳାଳିମାନଙ୍କର ପ୍ରସ୍ତୁତି ଶିବିର ଚାଲିବ। ଏଥିପାଇଁ ଶିବିରରେ ଯୋଗଦେବାକୁ ଯାଉଥିବା ଓଡ଼ିଶାର ସବୁ ଖେଳାଳି ଓ ପ୍ରଶିକ୍ଷକଙ୍କୁ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/01/4fs65h4f5s6h4f5s64f5s6h.jpg)