ଆଉ ୬ ଦିନ: ୨୫ ଜଣିଆ ଫ୍ରାନ୍ସ ଦଳ

Advertisment
ଫିଫା ବିଶ୍ବକପ୍‌: କ୍ବାର୍ଟରରେ ଲଢିବେ ପର୍ତୁଗାଲ୍‌-ମରକ୍କୋ

ନୂଆଦିଲ୍ଲୀ: କାତାରରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ବକପ୍‌ ପାଇଁ ଫ୍ରାନ୍ସ ୨୫ ଜଣିଆ ଖେଳାଳିଙ୍କ ନାମ ଘୋଷଣା କରିଛି। ଆହତ ସମସ୍ୟାରେ ଗତି କରୁଥିବା ଡିଫେଣ୍ଡର ରାଫେଲ୍‌ ଭାରେନେଙ୍କୁ ଦଳରେ ସ୍ଥାନ ମିଳିଥିଲା ବେଳେ ଓଲିଭିଅର ଗିରୋଉଡ୍‌ ଦଳକୁ ଫେରିଛନ୍ତି। ଏହି ଦଳରେ ୨୦୧୮ ବିଶ୍ବକପ୍‌ ଖେଳିଥିବା ୧୧ ଜଣଙ୍କୁ ସାମିଲ କରାଯାଇଛି। ବ୍ଲାକ୍‌ମେଲ୍‌ ସ୍କାଣ୍ଡାଲ୍‌ରେ ଗିରଫ ହେବା ପରେ ଦଳଠୁ ସାଢ଼େ ୫ ବର୍ଷ ଦୂରେଇ ରହିଥିବା କରିମ୍‌ ବେଞ୍ଜେମା ପୁଣି ଥରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶ୍ବକପ୍‌ରେ ୨୨ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ରାନ୍ସ ଅଭିଯାନ ଆରମ୍ଭ କରିବ।

ଫ୍ରାନ୍ସ ଦଳ: ହ୍ୟୁଗୋ ଲୋରିସ୍‌, ଷ୍ଟିଭ୍‌ ମନ୍ଦଣ୍ଡା, ଆଲ୍‌ପୋନ୍ସି ଏରି‌ଓଲା (ସମସ୍ତେ ଗୋଲରକ୍ଷକ), ଲୁକାସ୍‌ ହର୍ଣ୍ଣାନ୍‌ନ୍ଦେଜ୍‌, ଥିଓ ହର୍ଣ୍ଣାନ୍ଦେଜ୍‌, ପ୍ରେସନେଲ୍‌ କିମ୍ପେମ୍ବେ, ଇବ୍ରାହିମ୍‌ କୋନା‌ଟେ, ଜୁଲେସ୍‌ କୌଣ୍ଡେ, ବେଞ୍ଜାମିନ୍‌ ପଭାର୍ଡ, ୱିଲିୟମ୍‌ ସଲିବା, ର‌ାଫେଲ୍‌ ଭାରାନେ, ଡାୟୋଟ୍‌ ଉପାମେକାନୋ (ସମସ୍ତେ ଡିଫେଣ୍ଡର), ଏଡୁଆର୍ଡୋ କାମାଭିଙ୍ଗା, ୟୁସୁଫ୍‌ ଫୋଫାନା, ‌ମାତେ‌ଓ ଗୁଏନ୍ଦୌଜି, ଆଦ୍ରିଏନ୍‌ ରାବିଓଟ୍‌, ଔରେଲିନ୍‌ ‌‌ଚୌଏମେନି, ଜୋର୍ଡାନ୍‌ ଭେରେଟଟ୍‌ (ସମସ୍ତେ ମିଡ୍‌ଫିଲ୍ଡର), କରିମ୍‌ ବେଞ୍ଜେମା, କିଙ୍ଗସ୍‌ଲେ କୋମାନ୍‌, ଓସ୍‌ମେନ୍‌ ଡେମ୍ବେଲେ, ଓଲିଭିଅର ଗିରୋଉଡ୍‌, ଆଣ୍ଟୋନି ଗ୍ରିଜ୍‌ମାନ୍‌, କାଏଲିଆନ୍‌ ଏମ୍‌ବାପେ, ଖ୍ରିଣ୍ଟୋଫର କୁଙ୍କୁ (ସମେସ୍ତ ଫରୱାର୍ଡ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe