ଜାତୀୟ ହକି ପ୍ରଶିକ୍ଷଣ ଶିବିରରେ ୬ ଓଡ଼ିଆ

ହକି ପ୍ରୋ ଲିଗ୍‌ ଖେଳିବାକୁ ଓଡ଼ିଶା ଆସିବନି ନ୍ୟୁଜିଲାଣ୍ଡ୍‌, ଟିକେଟ ଅର୍ଥ ଫେରସ୍ତ ଦିଆଯିବ: ନର୍ମାନ୍‌

ଭୁବନେଶ୍ବର: ବେଲ୍‌ଜିୟମ ଗସ୍ତ ପୂର୍ବରୁ ଭାରତୀୟ ପୁରୁଷ ହକି ଦଳର ଜାତୀୟ ପ୍ରଶିକ୍ଷଣ ଶିବିର ବେଙ୍ଗାଲୁରୁରେ ଆୟୋଜିତ ହେବ। ଏହି ପ୍ରସ୍ତୁତି ଶିବିର ସେପ୍ଟେମ୍ବର ୨ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ହକି ଇଣ୍ଡିଆ ଶନିବାର ଏକ ୩୩ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଥିଲା ବେଳେ ସେଥିରେ ୬ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ଏହି ୬ ଓଡ଼ିଆ ଖେଳାଳି ହେଲେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ଅମିତ୍‌ ରୋହିଦାସ, ନିଲମ ସଞ୍ଜୀବ ଖେସ୍‌, ଦିପ୍‌ସାନ୍‌ ତିର୍କି, ମିଡ୍‌ଫିଲ୍‌ଡର ଆଶିଷ କୁମାର ଟପ୍ନୋ ଏବଂ ଫରୱାର୍ଡ ଶିଳାନନ୍ଦ ଲାକ୍ରା। ସମସ୍ତ ଖେଳାଳି ରବିବାର ବେଙ୍ଗାଲୁରୁ ସାଇରେ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍‌ ରିଡ୍‌ଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଏହି ଶିବିରରେ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି, ରକ୍ଷଣାତ୍ମକ ସାମର୍ଥ୍ୟ ବୃଦ୍ଧି ସହିତ ବିଭିନ୍ନ ଦିଗ ଉପରେ ଜୋର୍‌ ଦିଆଯିବ। ଶିବିରରୁ ବେଲ୍‌ଜିୟମ୍‌ ଗସ୍ତ ସାଙ୍ଗକୁ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଦଳ ଚୟନ କରାଯିବ। ସେହି ଦୃ‌ଷ୍ଟିରୁ ପ୍ରସ୍ତୁତି ଶିବିରର ଗୁରୁତ୍ବ ରହିଛି ବୋଲି ରିଡ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe