ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନି ଏବେ ଭାରତୀୟ ଦଳର ଅବିଚ୍ଛେଦ୍ୟ ଅଙ୍ଗ। ୩୬ ବର୍ଷ ବୟସରେ ମଧ୍ୟ ଧୋନି ୨୬ ବର୍ଷୀୟ ଖେଳାଳିଙ୍କଠାରୁ ଅଧିକ ଶାରୀରିକ ସକ୍ଷମ। ତାଙ୍କୁ ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନେ ୩୬ ବର୍ଷ ବୟସରେ ନିଜ ଖେଳ ଜୀବନ ଉପରେ ନଜର ପକାଇବା ଉଚିତ୍ ବୋଲି କହିଛନ୍ତି ଭାରତୀୟ ଦଳ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଧୋନିଙ୍କ ପ୍ରତିଟି ବିଫଳତାକୁ ଅମଙ୍ଗଳସୂଚକ ଭାବେ ଦେଖାଯାଉଛି। କିନ୍ତୁ ସେ ସଦ୍ୟ ସମାପ୍ତ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ନିଶ୍ଚିତ ସମାଲୋଚକଙ୍କୁ ଚୁପ୍ କରିଥିବେ। ଆମେ ଏତେ ନିର୍ବୋଧ ନୁହଁ। ମୁଁ ବିଗତ ୩୦-୪୦ ବର୍ଷ ଧରି ଏହି ଖେଳକୁ ଦେଖି ଆସୁଛି। ବିରାଟ କୋହଲି ଗୋଟିଏ ଦଶନ୍ଧି ହେବ ଦଳରେ ଅଛନ୍ତି। ମୁଁ ନିଶ୍ଚିତ ଏ ବୟସରେ ବି ଧୋନି ତାଙ୍କଠାରୁ ୧୦ ବର୍ଷ ସାନ ଖେଳାଳିଙ୍କୁ ଦୌଡ଼ରେ ହରାଇପାରିବେ। ଯେଉଁମାନେ ଆଲୋଚନା କରୁଛନ୍ତି ସେମାନେ ଭୁଲିଗଲେଣି ଏହି ଖେଳକୁ ଦିନେ ଖେଳୁଥିଲେ ବୋଲି। ଓ୍ଵିକେଟ୍ ପଛପଟେ ତାଙ୍କ ସକ୍ରିୟତା ଅତୁଳନୀୟ ବୋଲି ଶାସ୍ତ୍ରୀ କହିଛନ୍ତି।
୩୬ ବର୍ଷୀୟ ଧୋନି ୨୬ ବର୍ଷୀୟଙ୍କଠୁ ଅଧିକ ସକ୍ଷମ: ଶାସ୍ତ୍ରୀ
Advertisment
Follow Us