ନ୍ୟୁୟର୍କର୍: ଆମେରିକାର ୨୧ ବର୍ଷୀୟ ଧାବକ କ୍ରିଷ୍ଟିଆନ୍ କୋଲେମନ୍ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସାଉଥକାରୋଲିନାର କ୍ଲେମସନଠାରେ ଆୟୋଜିତ ଏକ ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାର ୬୦ ମିଟର ଦୌଡ଼କୁ ୬.୩୭ ସେକେଣ୍ଡରେ ଶେଷ କରି ସେ ଦୁଇ ଦଶନ୍ଧି ଧରି ଥିବା ପୁରୁଣା କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। ତାଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ଅନ୍ୟତମ ଆମେରିକୀୟ ତାରକା ମୋରିସ୍ ଗ୍ରିନ୍ଙ୍କ ନାମରେ ଥିଲା। ୧୯୯୮ରେ ଗ୍ରିନ୍ ୬.୩୯ ସେକେଣ୍ଡ ସମୟ ସହ ୬୦ ମିଟର ଦୌଡ଼ର ନୂଆ ମହାରାଜା ଭାବେ ଉଭା ହୋଇଥିଲେ। କଲେମନ୍ ୦.୦୨ ସେକେଣ୍ଡ ସମୟ କମ୍ ତାଙ୍କୁ ଟପି ଯାଇଛନ୍ତି।
୬.୩୭ ସେକେଣ୍ଡ୍ରେ ୬୦ ମିଟର
Advertisment
Follow Us