୬୯ତମ ବରିଷ୍ଠ ଜାତୀୟ ଭଲବଲ୍‍ ଉଦ୍‍ଘାଟିତ : ଓଡ଼ିଶା ପୁରୁଷ ଜିତିଲେ, ମହିଳା ହାରିଲେ

Advertisment
୬୯ତମ ବରିଷ୍ଠ ଜାତୀୟ ଭଲବଲ୍‍ ଉଦ୍‍ଘାଟିତ : ଓଡ଼ିଶା ପୁରୁଷ ଜିତିଲେ, ମହିଳା ହାରିଲେ

ଭୁବନେଶ୍ୱର : କିଟ୍‍ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଦିବସରେ ଓଡ଼ିଶାର ପୁରୁଷ ଦଳ ଜିତିଥିଲା ବେଳେ ମହିଳା ଦଳ ହାରି ଯାଇଛି। ପୁରୁଷ ଦଳ ୩-୦‌ (୨୫-୨୦, ୨୫-୨୦, ୨୮-୨୬)ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା ବେଳେ ମହିଳା ଦଳ ୨-୩ (୧୯-୨୫, ୨୫-୯, ୧୭-୨୫, ୨୫-୧୮, ୧୪-୧୬)ରେ ରାଜସ୍ଥାନଠୁ ହାରି ଯ‌ାଇଥିଲା।

publive-image

ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ) ତତ୍ତ୍ୱାବଧାନରେ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଉଦ୍‍ଘାଟନୀ ଉତ୍ସବରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭିଏଫ୍‍ଆଇର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ରାମ ଅବତାର ସିଂହ ଝାକର, ମହାସଚିବ ଅନୀଲ ଚୌଧୁରୀ, ଉପସଭାପତି ରଥିନ ରାୟ ଚୌଧୁରୀ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା ଭିଏଫ୍‍ଆଇର ସଭାପତି ଅଚ୍ୟୁତ ସାମନ୍ତ, ଆୟୋଜନ କମିଟି ଅଧ୍ୟକ୍ଷା ତଥା କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଆୟୋଜନ କମିଟି ସମ୍ପାଦକ ତଥା ଭିଏଫ୍‍ଆଇ ସହଯୋଗୀ ଯୁଗ୍ମ ସମ୍ପାଦକ, ଓଡ଼ିଶା ଭଲିବଲ୍‍ ସଂଘର ସାଧାରଣ ସମ୍ପାଦକ ତଥା କିଟ୍‍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଜୁ ପଟ୍ଟନାୟକ ଜୟନ୍ତୀ ପରିପ୍ରେକ୍ଷୀରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ବର୍ଗର ଖେଳାଳି ଓ ଅଫିସିଆଲ୍‍ଙ୍କ ଉପସ୍ଥିତିରେ ଅତିଥିମାନେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଉଦ୍‍ଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe