Photo: Twitter
ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ଟି-୨୦ ବିଶ୍ୱକପ୍ର ଅନ୍ୟତମ ଏକ୍ ମୁକାବିଲା ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ୧୫ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୭୩ ରନ୍ କରିଛି। ଫଳରେ ଅଷ୍ଟ୍ରେଲିଆକୁ ୭୪ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଏହି ମ୍ୟାଚରେ ଅଷ୍ଟ୍ରେଲିଆର ବୋଲରଙ୍କ ଆଗରେ ବାଂଲାଦେଶର ଖେଳାଳିମାନେ ଜଣକ ପରେ ଜଣେ ଆତ୍ମସମର୍ପଣ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ଆଦାମ୍ ଜାମ୍ପା ସର୍ବାଧିକ ୫ଟି ଓ୍ଵିକେଟ୍ ନେଇଥିଲେ। ମିଚେଲ ଷ୍ଟାର୍କସ ଓ ଜୋସ୍ ହେଜେଲଉଡଙ୍କୁ ୨-୨ ଓ୍ଵିକେଟ୍ ମିଳିଥିବା ବେଳେ ଗ୍ଲେନ୍ ମେକ୍ସେଓ୍ଵଲଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।
ବାଂଲାଦେଶ ମାତ୍ର ୧୦ ରନ୍ରେ ଆଗଧାଡ଼ିର ୩ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇଥିଲା। ଦଳୀୟ ସ୍କୋର ୧ ରନ୍ରେ ଲିଟନ୍ ଦାସ, ୬ ରନ୍ରେ ସୌମ୍ୟ ସରକାର ଓ ୧୦ ରନ୍ରେ ମୁଶଫିକର ରହିମ୍ ଆଉଟ୍ ହୋଇଥିଲେ। ଏମାନେ ବ୍ୟକ୍ତିଗତ ଭାବରେ ଯଥାକ୍ରମେ ଦଳ ପାଇଁ ୦, ୫ ଓ ୧ ରନ୍ କରିଥିଲେ। ଦଳ ପାଇଁ ସର୍ବାଧିକ ୧୯ ରନ୍ କରିଥିଲେ ସମିମ୍ ହୁସେନ୍(୧୯)। ସେହିପରି ମହମ୍ମଦ ନଇମ୍ ୧୭ ରନ୍ ଓ ଅଧିନାୟକ ମହମ୍ମଦୁଲ୍ଲା ୧୬ ରନ୍ କରିଥିଲେ। ଦଳର ଅନ୍ୟ ବ୍ୟାଟ୍ସମ୍ୟାନ୍ମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ।
Follow Us