ଭୁବନେଶ୍ବର: ଦିଲ୍ଲୀର ତାଲକୋଟରା ଇଣ୍ଡୋର ଷ୍ଟାଡିୟମ୍ଠାରେ ଆୟୋଜିତ ଜାତୀୟ ୨୧ ବର୍ଷରୁ କମ୍ ଓ ବରିଷ୍ଠ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୮ ପଦକ ମିଳିଛି। ରବିବାର ଶେଷ ଦିନରେ ଭାଲିନା ଭାଲେଣ୍ଟିନା, ସୁରୋମିତା ସିହ୍ନା, ଆଲିଶା ସୁବୁଦ୍ଧି ଓ ସୁପ୍ରିୟା ମହାନ୍ତିଙ୍କୁ ନେଇ ଗଠିତ ଓଡ଼ିଶା ମହିଳା ବରିଷ୍ଠ କାଟା ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା। ସେହିଭଳି ମହିଳା ଫାଇଟିଂ ଦଳ (ଅନୁପମା ସ୍ଵାଇଁ, ସୋନାଲୀ ପାଣିଗ୍ରାହୀ, ଲୋମା ସ୍ଵାଇଁ, ବ୍ରତତି ବିଶ୍ବପ୍ରଭା ପତି, ମୋନାଲି ସାହୁ) ଏବଂ ପୁରୁଷ କାଟା ଦଳ (ଯୋଗେଶ ବେରିହା, କ୍ରୀଷ୍ଣା ଶିକାରୀ, ମହେଶ ଡୋରା, କାମେଶ ମହାପାତ୍ର) କାଂସ୍ୟ ପଦକ ଜିତିଥିଲା।
ରାଜୀବ କୁମାର ସିଂହ (ରେଫରି), ଅବିନାଶ ପୁନ୍ଦିର (ପ୍ରବନ୍ଧକ), ଖାରବେଳ ମଲିକ, ଦୀପକ କୁମାର ସାମନ୍ତରା, ସନ୍ତୋଷ ମହାରଣା (ପ୍ରଶିକ୍ଷକ) ଓ ସିନ୍ଧୁ ତନୟା ଖୁଣ୍ଟିଆ (ମହିଳା ପ୍ରବନ୍ଧକ) ଦଳ ସହ ଯାତ୍ରା କରିଥିଲେ। ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଓଡ଼ିଶା ରାଜ୍ୟ କରାଟେ ସଂଘ ସମ୍ପାଦକ ଗୌରି ମହାନ୍ତି, ସଭାପତି ହରିପ୍ରସାଦ ପଟ୍ଟନାୟକ, ସଞ୍ଜୟ ଦାସ, ବରିଷ୍ଠ ଆଇନଜୀବୀ କାଳିପ୍ରସାଦ ନନ୍ଦ, ସନତ ନାୟକ, ପ୍ରଶାନ୍ତ ଧଳ, ପ୍ରଦୀପ ସରକାର, ପ୍ରକାଶ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି ।
Follow Us