ପୂର୍ବାଞ୍ଚଳ ଖେଲୋ ଇଣ୍ଡିଆ ମହିଳା ଜୁଡୋରେ ଓଡ଼ିଶାକୁ ୮ ପଦକ

Advertisment
ପୂର୍ବାଞ୍ଚଳ ଖେଲୋ ଇଣ୍ଡିଆ ମହିଳା ଜୁଡୋରେ ଓଡ଼ିଶାକୁ ୮ ପଦକ

ଭୁବନେଶ୍ବର: ଗୁଆହାଟୀରେ ଆୟୋଜିତ ହୋଇଥିବା ପ୍ରଥମ ପୂର୍ବାଞ୍ଚଳ ଖେଲୋ ଇଣ୍ଡିଆ ମହିଳା ଜୁଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ୮ ପଦକ ମିଳିଛି। ଏହା ଏକ ଓପନ୍‌ ପ୍ରତିଯୋଗିତା ହୋଇଥିବାରୁ ବନ୍ଦନା ମାଝୀ ଏକାକି ତିନି ବର୍ଗରେ ପଦକ ଜିତିବାର ଗୌରବ ଲାଭ କରିଥିଲେ। ଉପକନିଷ୍ଠ ବର୍ଗରେ ସୋନିଆ ଗମାଙ୍ଗୋ, ଲକ୍ଷ୍ମୀ ବର୍ମନ୍‌ ରୌପ୍ୟ ଏବଂ ଅର୍ପିତା କହଁର, ପୂଜା ମାଝୀ କାଂସ୍ୟ ପଦକ ଜିତିଥିଲା ବେଳେ କ୍ୟାଡେଟ୍‌ ବର୍ଗରେ ବନ୍ଦନା ମାଝୀ ରୌପ୍ୟ, କନିଷ୍ଠ ବର୍ଗରେ ବନ୍ଦନା ମାଝୀ ଓ ଉର୍ମିଳା ସାହୁ କାଂସ୍ୟ ଏବଂ ବରିଷ୍ଠ ବର୍ଗରେ ବନ୍ଦନା ମାଝୀ କାଂସ୍ୟ ପଦକ ଜିତିଥିଲେ। ବିଶ୍ବଜିତ୍‌ ମାହାରି, ଲୋପାମୁଦ୍ରା ପତି ଦଳର ପ୍ରଶିକ୍ଷକ ରହିଥିଲା ବେଳେ ରୁପରଞ୍ଜନ ପତି ପ୍ରବନ୍ଧକ ଏବଂ ଗୀତାଞ୍ଜଳି ପଣ୍ଡା ଓ କନ୍ଦନ ମୁର୍ମୁ ଅଧିକାରୀ ଭାବେ ଦଳ ସହ ଗୁଆହାଟୀ ଯାଇଥିଲେ। ପ୍ରଥମ ଖେଲୋ ଇଣ୍ଡିଆ ଜୁଡୋରେ ଭଲ ପ୍ରଦର୍ଶନ କରିଥିବାରୁ ଓଡ଼ିଶା ସଂଘର ସିଇଓ ଗୀତାଞ୍ଜଳି ପଣ୍ଡା, ସାଧାରଣ ସଂପାଦକ ପିସି ମିଶ୍ର, ବୈଷୟିକ ସଂପାଦକ କନ୍ଦନ ମୁର୍ମୁ ମହିଳା ଜୁଡୋକାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe