ଭୁବନେଶ୍ବର/ପୁରୀ: ଦିଆସିଲି କାଠିରେ ବିଭିନ୍ନ କଳାକୃତି କରି ଓଡ଼ିଶା ଓ ଓଡ଼ିଶା ବାହାର କଳାପ୍ରେମୀଙ୍କ ହୃଦୟ ଜିତି ଆସୁଥିବା ପୁରୀ କୁମ୍ଭାରପଡ଼ା ଅଞ୍ଚଳର ୧୮ ବର୍ଷୀୟ ଯୁବ ଶିଳ୍ପୀ ଶାଶ୍ବତ ସାହୁ ଭାରତୀୟ ଦଳକୁ ନିଆରା ଢଙ୍ଗରେ ଅଲିମ୍ପିକ୍ସ ଶୁଭେଚ୍ଛା ଜଣାଇଛନ୍ତି। ପୂରା ଗୋଟିଏ ଦିନ ଲାଗି ୯୩୦ ଦିଆସିଲି କାଠି ସହାୟତାରେ ଅଲିମ୍ପିକ୍ସ ରିଙ୍ଗ୍ ପ୍ରସ୍ତୁତ କରି ତା’ ମାଧ୍ୟମରେ ଭାରତୀୟ ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ସେ। ଏଥିରେ ଅଲିମ୍ପିକ୍ସ ରିଙ୍ଗ୍ରେ ଥିବା ପାଞ୍ଚଟି ମହାଦେଶକୁ ଦର୍ଶାଉଥିବା ପାଞ୍ଚଟି ବୃତ୍ତ ପ୍ରସ୍ତୁତ କରିଛନ୍ତି। ଏଥିରେ ମଧ୍ୟ ସେ ଭାରତ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଚିୟର ଇଣ୍ଡିଆ ସ୍ଲୋଗାନକୁ ଅତି ସୁନ୍ଦର ଭାବେ ଲେଖିଛନ୍ତି। ବାମରୁ ଡାହାଣ ଆଡ଼କୁ ନୀଳ, ହଳଦିଆ, କଳା, ସବୁଜ ଓ ଲାଲ ରଙ୍ଗର ବୃତ୍ତ ରହିଛି। ଶାଶ୍ବତଙ୍କ ଏହି କଳାକୃତିକୁ ଟ୍ବିଟରରେ ମଧ୍ୟ ବେଶ୍ ପସନ୍ଦ କରାଯାଉଛି।
୯୩୦ ଦିଆସିଲି କାଠିରେ ଅଲିମ୍ପିକ୍ସ ରିଙ୍ଗ୍
Advertisment
Follow Us