ହେଲିକପ୍ଟର ସଟ୍ ଖେଳି ମନ ଜିତିଲେ ୭ ବର୍ଷୀୟା ବାଳିକା

Advertisment
ହେଲିକପ୍ଟର ସଟ୍ ଖେଳି ମନ ଜିତିଲେ ୭ ବର୍ଷୀୟା ବାଳିକା

ରୋହତକ: ମହେନ୍ଦ୍ର ସିଂହ ଧୋନିଙ୍କ ଲୋକପ୍ରିୟ ହେଲିକପ୍ଟର ସଟ୍‌ର ଅବିକଳ ନକଲ କରି ରୋହତକର ଜଣେ ୭ ବର୍ଷୀୟା ବାଳିକା କ୍ରିକେଟ୍ ପ୍ରେମୀଙ୍କ ମନ ଜିତି ନେଇଛି। ପରୀ ଶର୍ମା ନାମକ ଏହି କୁନି ଝିଅ ଧୋନିଙ୍କ ପ୍ରିୟ ହେଲିକପ୍ଟର ସଟ୍ ଖେଳୁଥିବାର ୧୮ ସେକେଣ୍ଡ ଭିଡିଓକୁ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବା ପରେ ଏହା ଭାଇରାଲ ହୋଇ ଯାଇଥିଲା। ଆକାଶ ମଧ୍ୟ ଏହି ଭିଡିଓରେ ଧାରାବିବରଣୀ ଦେଉଥିବା ଶୁଣିବାକୁ ମିଳୁଛି। ଅନ୍ୟତମ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜରେକର ଭିଡିଓ ଦେଖି ପରୀଙ୍କ କ୍ରିକେଟ୍ କଳା କୌଶଳକୁ ଭୂୟଶୀ ପ୍ରଶଂସା କରିଛନ୍ତି।। ପରୀ ତାଙ୍କ ପିତାଙ୍କଠାରୁ ପ୍ରଶିକ୍ଷଣ ନେଉଥିଲା ବେଳେ ଆଗାମୀ ସମୟରେ ଭାରତୀୟ ମହିଳା ଦଳର ପ୍ରତିନିଧିତ୍ବ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପରୀଙ୍କ ପିତା ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ରାତ୍ରା ଓ ଯୋଗୀନ୍ଦର ଶର୍ମାଙ୍କ ସହ କ୍ରିକେଟ୍ ଖେଳିଛନ୍ତି।

ପରୀ ଚର୍ଚାକୁ ଆସିବାର ଏହା କିନ୍ତୁ ପ୍ରଥମ ଘଟଣା ନୁହେଁ। ଚଳିତବର୍ଷ ଏପ୍ରିଲ ମାସରେ ତାଙ୍କର ପ୍ରଥମ ଭିଡିଓ ପଦାକୁ ଆସିଥିଲା। ତାଙ୍କ ବ୍ୟାଟିଂ ଶୈଳୀକୁ ସେତେବେଳେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁ‌ସେନ, ମାଇକେଲ ଆଥରଟନ୍ ଓ ମାଇକେଲ ଭନ୍ ଉଚ୍ଚ ପ୍ରଶଂସା କରିଥିଲେ। ଭାରତୀୟ ମହିଳା କ୍ରିକେଟର ଶିଖା ପାଣ୍ଡେ ମଧ୍ୟ ପରୀଙ୍କ ଭିଡିଓ ଦେଖି ତାଙ୍କୁ ଏକାଗ୍ରତାର ସହ ଖେଳ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe