ମହିଳା କ୍ରୀଡ଼ାବିତ୍‌ଙ୍କ କ୍ଷେତ୍ରରେ ପ୍ରଥମ: ରାଣୀ ରାମ୍‌ପାଲ୍‌ଙ୍କ ନାମରେ ହକି ଷ୍ଟାଡିୟମ୍‌

Advertisment
ମହିଳା କ୍ରୀଡ଼ାବିତ୍‌ଙ୍କ କ୍ଷେତ୍ରରେ ପ୍ରଥମ: ରାଣୀ ରାମ୍‌ପାଲ୍‌ଙ୍କ ନାମରେ ହକି ଷ୍ଟାଡିୟମ୍‌

ରାଇବରେଲି: ଉତ୍ତରପ୍ରଦେଶର ରାଇବରେଲିଠାରେ ଭାରତୀୟ ମହିଳା ହକି ତାରକା ରାଣୀ ରାମପାଲ୍‌ଙ୍କ ନାମରେ ଏକ ହକି ଷ୍ଟାଡିୟମ୍‌ ନାମିତ କରାଯାଇଛି। ମହିଳା କ୍ରୀଡ଼ାବିତ୍‌ଙ୍କ ନାମରେ କୌଣସି ଷ୍ଟାଡିୟମ୍‌ ନାମିତ କରାଯିବାରେ ଏହା ହେଉଛି ପ୍ରଥମ ଘଟଣା। ରାଇବରେଲିସ୍ଥିତ ଭାରତୀୟ ରେଳବାଇର ମଡର୍ଣ୍ଣ କୋଚ୍‌ ଫ୍ୟାକ୍ଟୋରି (ଏମ୍‌ସିଏଫ୍‌) ତରଫରୁ ହକି ଷ୍ଟାଡିୟମ୍‌କୁ ‘ରାଣୀସ୍‌ ଗର୍ଲ୍ସ ହକି ଟର୍ଫ’ ନାମ ଦିଆଯାଇଛି। ଏହାକୁ ରେଳବାଇ କର୍ମଚାରୀଙ୍କ ଗହଣରେ ରାଣୀ ନିଜେ ଉଦ୍‌ଘାଟନ କରିଥିଲେ।

ଭାରତୀୟ ହକି ପାଇଁ ତାଙ୍କର ଅବଦାନକୁ ଦେଖି ରାଇବରେଲି ଏମ୍‌ସିଏଫ୍‌ ଦ୍ବାରା ଷ୍ଟାଡିୟମ୍‌ ନାମକରଣ କରାଯାଇଥିବାରୁ ଏଥିପାଇଁ ସେ ଅତ୍ୟନ୍ତ ଖୁସି ହୋଇଥିଲା ବେଳେ ରେଳବାଇକୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କୁ ମିଳିଥିବା ଉପଲବ୍ଧିକୁ ସେ ଭାରତୀୟ ମହିଳା ହକି ଦଳକୁ ଉତ୍ସର୍ଗ କରିଛନ୍ତି ଏବଂ ଏହା ପରବର୍ତ୍ତୀ ପିଢିକୁ ପ୍ରେରଣା ଯୋଗାଇବ ବୋଲି ରାଣୀ ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ଦଳକୁ ଚଳିତ ବର୍ଷ ପ୍ରତ୍ୟାବର୍ତ୍ତନ କରିଥିବା ରାଣୀ ୨୦୨୧-୨୨ରେ ବେଲ୍‌ଜିୟମ ବିପକ୍ଷରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ୨୫୦ତମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ତେବେ ଟୋକିଓ ଅଲିମ୍ପିକ୍ସ ପରଠୁ ସେ ଆହତ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଯେଉଁଥିପାଇଁ ଗତବର୍ଷ ବିଶ୍ବକପ୍‌ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରୁ ବାଦ୍‌ ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe