ଜୁନିଅର ପାଣ୍ଡ୍ୟାଙ୍କୁ ଭବ୍ୟ ସ୍ବାଗତ

Advertisment
ଜୁନିଅର ପାଣ୍ଡ୍ୟାଙ୍କୁ ଭବ୍ୟ ସ୍ବାଗତ

News18.com

ଭଦୋଦରା: ନିକଟରେ ପୁତ୍ର ସନ୍ତାନର ଜନକ ହୋଇଥିବା ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନବଜାତକକୁ ଡାକ୍ତରଖାନାରୁ ଘରକୁ ଆଣିଛନ୍ତି। ଘରେ ମଧ୍ୟ ଜୁନିଅର ପାଣ୍ଡ୍ୟାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଯାହାର ଫଟୋ ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଫଟୋ ପ୍ରକାଶ କରି ପ୍ରେମିକା ତଥା ନିଜ ପୁତ୍ର ସନ୍ତାନର ମା' ନତାଶା ଷ୍ଟଙ୍କୋଭିକଙ୍କୁ ମଧ୍ୟ ପାଣ୍ଡ୍ୟା ଧନ୍ୟବାଦ ଦେଇଛନ୍ତି।

ପୁତ୍ର ସନ୍ତାନ ରୂପରେ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର ଦେଇଥିବାରୁ ତୁମକୁ ଧନ୍ୟବାଦ ବୋଲି ପାଣ୍ଡ୍ୟା ପ୍ରକାଶ କରିଥିବା ଫଟୋ ତଳେ ଲେଖିଛନ୍ତି। ସେ ମଧ୍ୟ ନତାଶାଙ୍କୁ ଗୋଲାପ ଫୁଲ ସମ୍ବୋଧନ କରିଥିଲା ବେଳେ ତାଙ୍କୁ ଗୋଲାପର ତୋଡ଼ା ଦେଇ ବହୁତ ଖୁସି ଅଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। କୁନି ପୁଅ ପାଇଁ ଆୟୋଜନ କରିଥିବା ଭବ୍ୟ ସ୍ବାଗତ ସମ୍ବର୍ଧନା ଲାଗି ସେ ମଧ୍ୟ ନିଜ ଭାଇ କ୍ରୁନାଲ ପାଣ୍ଡ୍ୟା ଓ ଭାଉଜ ପଙ୍ଖୁରୀ ଶର୍ମାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe