ହକି ହିରୋଙ୍କୁ ଭବ୍ୟ ସ୍ବାଗତ; ଏହି ବିଜୟ ଐତିହାସିକ, ଖେଳାଳି ପ୍ରେରଣାର ଅସରନ୍ତି ଉତ୍ସ: କ୍ରୀଡ଼ାମନ୍ତ୍ରୀ

Advertisment

ଜାତୀୟ ବିଜେତା ଓଡ଼ିଶା ପୁରୁଷ ହକି ଦଳ ରବିବାର ଭୁବନେଶ୍ବରରେ ପହଞ୍ଚିଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ବିଜେତା ଦଳକୁ କ୍ରୀଡ଼ା ବିଭାଗ ତଥା ଉଲ୍ଲସିତ ହକିପ୍ରେମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି।

ଜାତୀୟ ବିଜେତା ଓଡ଼ିଶା ପୁରୁଷ ହକି ଦଳ ରବିବାର ଭୁବନେଶ୍ବରରେ ପହଞ୍ଚିଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ବିଜେତା ଦଳକୁ କ୍ରୀଡ଼ା ବିଭାଗ ତଥା ଉଲ୍ଲସିତ ହକିପ୍ରେମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି।

fhfssfhsfh

ଭୁବନେଶ୍ୱର: ଜାତୀୟ ବିଜେତା ଓଡ଼ିଶା ପୁରୁଷ ହକି ଦଳ ରବିବାର ଭୁବନେଶ୍ବରରେ ପହଞ୍ଚିଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ବିଜେତା ଦଳକୁ କ୍ରୀଡ଼ା ବିଭାଗ ତଥା ଉଲ୍ଲସିତ ହକିପ୍ରେମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି। ବିମାନବନ୍ଦରଠାରେ ଅନେକ ଯୁବ କ୍ରୀଡ଼ାବିତ୍ ଓ ପ୍ରଶଂସକମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ପଛୋଟି ନେଇଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ଓଡ଼ିଶା ହକି ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଦୀପଙ୍କର ମହାପାତ୍ର, ଯୁଗ୍ମ ସଚିବ ଶୈଳେନ୍ଦଅ ଜେନା, କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିଭାଗ ପକ୍ଷରୁ ଓଡ଼ିଶା ହକି ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ବିମାନବନ୍ଦରରୁ ଏକ ବସ୍‌ରେ ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ୍‌ରେ ଆସି ପହଞ୍ଚିଥିଲେ। ଏଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦଳର ଏହି ଐତିହାସିକ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଯେପରି ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ପାଇଁ ଗୌରବ ଅର୍ଜନ କରିବେ ସେଥିପାଇଁ ପ୍ରୋତ୍ସାହିତ କରିଥିଲେ। 

ସେ କହିଥିଲେ ଯେ, ଓଡ଼ିଶା ହକି ଦଳର ଏହି ବିଜୟ ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଐତିହାସିକ। ଆପଣମାନେ ସମସ୍ତେ ହେଉଛନ୍ତି ଆମ ଗର୍ବ ଓ ଗୌରବ। ଓଡ଼ିଶାର ପ୍ରତ୍ୟେକ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣାର ଉତ୍ସ। ଆଗକୁ ମଧ୍ୟ ଏହି ବିଜୟର ଗାଥା ଜାରି ରହୁ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ୧୪ତମ ଜାତୀୟ ପୁରୁଷ ହକି ପ୍ରତିଯୋଗିତାର ଫାଇନାଲରେ ଓଡ଼ିଶା ୫-୧ ଗୋଲ୍‌ରେ ହରିୟାଣାକୁ ହରାଇ ପ୍ରଥମ ଥର ଟ୍ରଫି ଜିତିଥିଲା। ଏହି ମ୍ୟାଚ୍‌ରେ ଶିଲାନନ୍ଦ ଲାକ୍ରା ହ୍ୟାଟ୍ରିକ ଅର୍ଜନ କରିଥିଲା ବେଳେ ରଜତ ଆକାଶ ତିର୍କି ଓ ପ୍ରତାପ ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଶିଲାନନ୍ଦ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe