ଇଡେନ ଗାର୍ଡେନ୍‌ରେ ଲିଜେଣ୍ଡ ଲିଗ୍‌ର ସ୍ବତନ୍ତ୍ର ମ୍ୟାଚ୍‌

Advertisment
ଇଡେନ ଗାର୍ଡେନ୍‌ରେ ଲିଜେଣ୍ଡ ଲିଗ୍‌ର ସ୍ବତନ୍ତ୍ର ମ୍ୟାଚ୍‌

ନୂଆଦିଲ୍ଲୀ : କୋଲ୍‌କାତାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ ସ୍ବତନ୍ତ୍ର ମ୍ୟାଚ୍‌ ସହିତ ଲିଜେଣ୍ଡ ଲିଗ୍‌ କ୍ରିକେଟ୍‌ର ଶୁଭାରମ୍ଭ ହେବ। ସେପ୍ଟେମ୍ବର ୧୭ ତାରିଖରୁ ପ୍ରକୃତ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିଲା ବେଳେ ୧୬ ତାରିଖରେ ଏହି ସ୍ବତନ୍ତ୍ର ମ୍ୟାଚ୍‌ ଖେଳାଯିବ ବୋଲି ଆୟୋଜକ ଶୁକ୍ରବାର ସୂଚନା ଦେଇଛନ୍ତି। ଇଣ୍ଡିଆ ମହାରାଜାସ ଓ ୱାର୍ଲଡ ଜିଆଣ୍ଟ୍‌ସ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନକୁ ଉତ୍ସର୍ଗ କରାଯିବ। ଆମେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଏଭଳି ଏକ ମ୍ୟାଚ୍‌ ଆମ ପାଇଁ ଗର୍ବର ମୁହୂର୍ତ୍ତ।

ଚଳିତ ବର୍ଷର ଲିଗ୍‌କୁ ସ୍ବାଧୀନତାର ୭୫ ବର୍ଷ ପାଳନ ପାଇଁ ଉତ୍ସର୍ଗ କରୁଥିବାରୁ ଜଣେ ଗର୍ବିତ ଭାରତୀୟ ଭାବେ ଏହା ମୋତେ ଆତ୍ମସନ୍ତୋଷ ଦେଇଛି ବୋଲି କହିଛନ୍ତି ଲିଜେଣ୍ଡ ଲିଗ୍‌ କ୍ରିକେଟ୍‌ର କମିସନର ରବି ଶାସ୍ତ୍ରୀ। ଏହି ପ୍ରଥମ ତଥା ସ୍ବତନ୍ତ୍ର ମ୍ୟାଚ୍‌ ଖେଳିବାକୁ ଯାଉଥିବା ଇଣ୍ଡିଆ ମହାରାଜାସର ନେତୃତ୍ବ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ନେଉଥିଲା ବେଳେ ଇଂଲଣ୍ଡ ବିଶ୍ବ ବିଜେତା ଦଳର ଅଧିନାୟକ ଇଅନ୍‌ ମୋର୍ଗାନ୍‌ ୱାର୍ଲଡ ଜିଆଣ୍ଟସର ଅଧିନାୟକ ରହିବେ। ତେବେ ଏହି ସ୍ବତନ୍ତ୍ର ମ୍ୟାଚ୍‌ ଖେଳାଯିବାର ଗୋଟିଏ ଦିନ ପରେ ତଥା ସେପ୍ଟେମ୍ବର ୧୭ ତାରିଖରୁ ଲିଜେଣ୍ଡ ଲିଗ୍‌ର ଦ୍ବିତୀୟ ସଂସ୍କରଣ ଆରମ୍ଭ ହେବ। ଫ୍ରାଞ୍ଚାଇଜ୍‌ ଭିତ୍ତିକ ଫର୍ମାଟ୍‌ରେ ୪ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା ଅକ୍ଟୋବର ୮ ତାରିଖରେ ଶେଷ ହେବ। ୨୨ ଦିନ ମଧ୍ୟରେ ମୋଟ ୧୫ ମ୍ୟାଚ୍‌ ଏଥର ଖେଳାଯିବାର ସୂଚୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe