ସଚିନଙ୍କ ପୋଷ୍ଟ୍‌କୁ ନେଇ ଝଡ଼

Advertisment

ଅବସର ନେବାର ଠିକ୍‌ ୧୧ ବର୍ଷ ଗୋଟିଏ ଦିନ ପରେ ସଚିନ ତେନ୍ଦୁଲକର ନିଜ ଖେଳ ଜୀବନରେ ଅମ୍ପାୟାରଙ୍କ ବିରୋଧରେ ପରୋକ୍ଷରେ ସ୍ବର ଉଠାଇଛନ୍ତି। ଶନିବାର ସାମାଜିକ ଗଣମାଧ୍ୟମରେ ସଚିନ ଛାଡ଼ିଥିବା ଏକ ଛୋଟିଆ ପୋଷ୍ଟ୍‌ ହିଁ ତୁରନ୍ତ ଝଡ଼ ସୃଷ୍ଟି କରିଛି।

ଅବସର ନେବାର ଠିକ୍‌ ୧୧ ବର୍ଷ ଗୋଟିଏ ଦିନ ପରେ ସଚିନ ତେନ୍ଦୁଲକର ନିଜ ଖେଳ ଜୀବନରେ ଅମ୍ପାୟାରଙ୍କ ବିରୋଧରେ ପରୋକ୍ଷରେ ସ୍ବର ଉଠାଇଛନ୍ତି। ଶନିବାର ସାମାଜିକ ଗଣମାଧ୍ୟମରେ ସଚିନ ଛାଡ଼ିଥିବା ଏକ ଛୋଟିଆ ପୋଷ୍ଟ୍‌ ହିଁ ତୁରନ୍ତ ଝଡ଼ ସୃଷ୍ଟି କରିଛି।

00

ନୂଆଦିଲ୍ଲୀ: ଅବସର ନେବାର ଠିକ୍‌ ୧୧ ବର୍ଷ ଗୋଟିଏ ଦିନ ପରେ ସଚିନ ତେନ୍ଦୁଲକର ନିଜ ଖେଳ ଜୀବନରେ ଅମ୍ପାୟାରଙ୍କ ବିରୋଧରେ ପରୋକ୍ଷରେ ସ୍ବର ଉଠାଇଛନ୍ତି। ଶନିବାର ସାମାଜିକ ଗଣମାଧ୍ୟମରେ ସଚିନ ଛାଡ଼ିଥିବା ଏକ ଛୋଟିଆ ପୋଷ୍ଟ୍‌ ହିଁ ତୁରନ୍ତ ଝଡ଼ ସୃଷ୍ଟି କରିଛି। ସଚିନଙ୍କ ପୁରୁଣା ପ୍ରଶଂସକ ଏହାର ଅର୍ଥ, ଅଭିପ୍ରାୟ ଓ ଉଦ୍ଦେଶ୍ୟ ବୁଝିଯାଇଛନ୍ତି। ବିଶ୍ବ କ୍ରିକେଟର୍ ଜଣେ ମହାନ ଅମ୍ପାୟାର୍ ହୋଇଥିଲେ ବି ୱେଷ୍ଟଇଣ୍ଡିଜ୍‌ର ଷ୍ଟିଭ୍ ବକ୍‌ନର୍ କିଭଳି ତାଙ୍କୁ ବାରମ୍ବାର ବିଦାଦୀୟ ନିଷ୍ପତ୍ତି ବଳରେ ଆଉଟ୍ କରୁଥିଲେ ଏହାକୁ ସଚିନ ପରୋକ୍ଷ ସ‌ଙ୍କେତ ଜରିଆରେ ପ୍ରତିବାଦ କରିଛନ୍ତି। ସଚିନ ତାଙ୍କ ପୋଷ୍ଟ୍‌ରେ ତିନିଟି ବଡ଼ ଗଛ ଆଗରେ ନିଜେ ବ୍ୟାଟିଂ ପୋଜ୍‌ରେ ଅଛନ୍ତି। ଯେଉଁ ଗଛଗୁଡ଼ିକ ଷ୍ଟମ୍ପ୍‌ ଆକୃତିର ପ୍ରତୀୟମାନ ହେଉଛି। ଏହାକୁ ସେ ‘ଏକ୍ସ’ରେ ଛାଡ଼ିବା ମାତ୍ରେ ଏହା ବିଜୁଳି ବେଗରେ ଭାଇରାଲ୍ ହେବା ସହ ଝଡ଼ ସୃଷ୍ଟି କରିଛି। ଏତିକି ଲେଖିବା ମାତ୍ରେ ପ୍ରଶଂସକମାନେ ଷ୍ଟିଭ୍ ବକନର୍‌ଙ୍କ ନାମ ଲେଖି ଖୁବ୍ ଗାଳି ଦେଇଛନ୍ତି। ୧୧ ବର୍ଷର ଅବସର ପରେ ବି କାହାରିକୁ ଅସମ୍ନାନ ନକରିବାକୁ ନାମ ନନେବା ଆପଣଙ୍କୁ ‌ଜେଣ୍ଟଲ୍‌ମ୍ୟାନ୍‌ କରି ରଖିଛି ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ‘ଅମ୍ପାୟାର୍ ଷ୍ଟିଭ୍ ବକ୍‌ନର୍‌ ଓ ମ୍ୟାଚ୍‌ ରେଫରି ମାଇକ୍ ଡେନିସ୍‌ଙ୍କ ମାରାତ୍ମକ ଯୋଡ଼ି ସବୁକିଛି କରିଛନ୍ତି ଆପଣଙ୍କ ୱିକେଟ୍‌ ପାଇଁ’। କ୍ରିକେଟ୍ ଈଶ୍ବର ଆଜି ରୋଷ୍ଟିଂ ମୁଡ୍‌ରେ ଅଛନ୍ତି। ଷ୍ଟିଭ୍ ବକ୍‌ନର୍ ଠିକ୍ ଏହା ଭାବିଥାନ୍ତି ଆପଣଙ୍କୁ ଏଲ୍‌ବିଡବ୍‌ଲ୍ୟୁ ଆଉଟ୍ ଦେବାକୁ। ଏଭଳି ଲେଖି ପ୍ରଶଂସମାନେ ସଚିନ କିଭଳି ଅମ୍ପାୟାରଙ୍କ ରୋଷର ଶିକାର ହୋଇଥିଲେ ମନେ ପକାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୦୩ରେ ଗାବାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍‌‌ରେ ଜାସନ ଗିଲେସ୍ପିଙ୍କ ବୋଲିଂରେ ସଚିନଙ୍କୁ ବକ୍‌ନର୍‌ ଏଲ୍‌ବିଡବ୍‌ଲ୍ୟୁ ଆଉଟ୍ ଦେଇଥିଲେ। ଟି‌ଭି ରିପ୍ଲେରୁ ଜଣାପଡ଼ିଥିଲା ବଲ୍‌ ଷ୍ଟମ୍ପ୍ ଉପରେ ଗତି କରୁଛି। ସେତେବେଳେ ଏହା ଚର୍ଚ୍ଚାର କେନ୍ଦ୍ରରେ ରହିଥିବାବେଳେ ବକ୍‌ନର୍ ଖୁବ୍ ସମାଲୋଚିତ ହୋଇଥିଲେ। ଦ୍ବିତୀୟ ଘଟଣାଟି ଘଟିଥିଲା ୨୦୦୫ ପାକିସ୍ତାନ ବିପକ୍ଷ ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍‌ରେ ଅବଦୁଲ ରଜାକଙ୍କ ବୋଲିଂରେ ସଚିନଙ୍କୁ କଟ୍ ବିହାଇଣ୍ଡ୍ ଘୋଷଣା କରାଯାଇଥିଲେ ମଧ୍ୟ ବଲ୍ ତାଙ୍କ ବ୍ୟାଟ୍‌ ଛୁଇଁନଥିଲା। କ୍ରିକେଟ୍ ଇତିହାସରେ ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ତ୍ରୁଟି ବିତର୍କ ସୃଷ୍ଟି କରିଥିଲା। ଯାହାକି ବକ୍‌ନରଙ୍କୁ ବିବାଦୀୟ କରିଦେଇଥିଲା। କିଂବଦନ୍ତି ଅମ୍ପାୟାର ଭାବେ ବକ୍‌ନର୍ ପରିଚିତ ଥିଲେ ମଧ୍ୟ ଏହା ତାଙ୍କୁ ଖୁବ୍ ନିନ୍ଦିତ ଓ ସମାଲୋଚିତ କରିଥିଲା। ବିଳମ୍ବିତ ନିଷ୍ପତ୍ତି, ଉଦ୍ଦେଶ୍ୟମୂଳକ ଷ୍ଟାଇଲ୍‌ କାରଣରୁ ସେ ‘ସ୍ଲୋ ଡେଥ୍‌’ ନାମରେ ମଧ୍ୟ ପରିଚିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe