ଅଲିମ୍ପିକ୍ସ ପୂର୍ବରୁ ଜାପାନରେ ଜନ ଟିକାକରଣ କେନ୍ଦ୍ର

ଅଲିମ୍ପିକ୍ସ ପୂର୍ବରୁ ଜାପାନରେ ଜନ ଟିକାକରଣ କେନ୍ଦ୍ର

Times of India

ଟୋକିଓ: ଜାପାନରେ ସୋମବାର ପ୍ରଥମ ଜନ ଟିକାକରଣ କେନ୍ଦ୍ର ଖୋଲିଛି। ଗତବର୍ଷଠୁ ସ୍ଥଗିତ ‌ରହିଥିବା ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନକୁ ଆଉ ମାତ୍ର ଦୁଇ ମାସ ଥିବାରୁ ତା ପୂର୍ବରୁ ଜନ ସଚେତନା କରିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ‌ଟୋକିଓ ଓ ଓସାକାରେ ଦୁଇଟି କେନ୍ଦ୍ର ହୋଇଛି। ଦିନକୁ ଏଠାରେ ୧୦୦୦ ଟିକା ଦେବାକୁ ସ୍ଥାନୀୟ ପ୍ରଶାସକ ଚିନ୍ତା କରିଥିଲା ବେଳେ ବିଶେଷ କରି ବୟସ୍କଙ୍କୁ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି। ସଂପ୍ରତି ଜାପାନ କରୋନା ଭୂତାଣୁର ଚତୁର୍ଥ ତରଙ୍ଗ ସହ ଲଢ଼େଇ ଜାରି ରଖିଛି। ଜାପାନର ୧୨.୫ କୋଟି ଲୋକ ଥିଲା ମଧ୍ୟ ଏହାର ମାତ୍ର ୨ ପ୍ରତିଶତଙ୍କ ସମ୍ପୂର୍ଣ୍ଣ ଟିକାକରଣ ସରିଛି। ଯାହା ଆମେରିକାର ୪୦ ପ୍ରତିଶତ ଏବଂ ଫ୍ରାନ୍ସର ୧୫ ପ୍ରତିଶତଠୁ ବହୁ ପଛରେ। ଏଠାକାର କଠୋର ଚିକିତ୍ସା ନିୟମ ଏବଂ ଜଟିଳ ପ୍ରଶାସନିକ କାର୍ଯ୍ୟକ୍ରମ ‌ଯୋଗୁଁ ଏଭଳି ବିଳମ୍ବ ହେଉଥିବା ନେଇ ସମାଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe