ପାକିସ୍ତାନ ଟ୍ବେଣ୍ଟି-୨୦ ଦଳରେ ରଫ୍‌ଙ୍କ ସ୍ଥାନରେ ଆମିର

ପାକିସ୍ତାନ ଟ୍ବେଣ୍ଟି-୨୦ ଦଳରେ ରଫ୍‌ଙ୍କ ସ୍ଥାନରେ ଆମିର

Hindustan Times

କରାଚି: ପାକିସ୍ତାନୀ ବାମହାତୀ ଦ୍ରୁତ ବୋଲର ମହମ୍ମଦ ଆମିର ଇଂଲଣ୍ଡ ବିପକ୍ଷ ଟି-୨୦ ଦଳରେ ହାରିସ ରଫ୍‌ଙ୍କ ସ୍ଥାନ ନେଇଛନ୍ତି। ଦ୍ବିତୀୟ ସନ୍ତାନ ଜନ୍ମ ପାଇଁ ଆମିର ନିଜ ପକ୍ଷରୁ ଇଂଲଣ୍ଡ ଗସ୍ତରୁ ଓହରି ଯାଇଥିଲେ। ଗତ ୧୭ ତାରିଖରେ ଦ୍ବିତୀୟ ସନ୍ତାନର ବାପା ହୋଇଥିବା ଆମିର ଖେଳିବା ଲାଗି ପ୍ରସ୍ତୁତ ଥିବା କହିଥିଲେ। ଫଳରେ ପାକିସ୍ତାନ କ୍ରିକେଟ୍‌‌ ବୋର୍ଡ (ପିସିବି) ରଫ୍‌ଙ୍କ ସ୍ଥାନରେ ‌ତାଙ୍କୁ ଦଳରେ ସାମିଲ କରିଛି। କିନ୍ତୁ ତାଙ୍କର ଦୁଇଟି କୋଭିଡ-୧୯ ପରୀକ୍ଷା କରାଯିବ। ନେଗେଟିଭ୍‌ ଆସିଲେ ଆମିର ଇଂଲଣ୍ଡ ଗସ୍ତ କରିପାରିବେ। ପ୍ରଥମ କୋଭିଡ ପରୀକ୍ଷା ପାଇଁ ସୋମବାର ଆମିରଙ୍କ ନମୁନା ନିଆଯାଇଛି। ଦ୍ବିତୀୟ ପରୀକ୍ଷା ଆଉ ଦୁଇ ଦିନ ପରେ କରାଯିବ।

ଏହି ଦୁଇ ପରୀକ୍ଷା ସଫଳ ହେଲେ ସେ ଅଗଷ୍ଟ ୨୮ରୁ ମ‌ାଞ୍ଚେଷ୍ଟରରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବା ଲାଗି ସେ ଯୋଗ୍ୟ ବିବେଚିତ ହେବେ। ଆମିରଙ୍କୁ ଦଳରେ ନେବା ଲାଗି ମୁଖ୍ୟ ଚୟନକର୍ତ୍ତା ମିସବା-ଉଲ୍‌-ହକ୍‌ ଇଚ୍ଛା ପ୍ରକାଶ କରିଥିଲେ। ଲଗାତାର ଦୁଇଟି କୋଭିଡ ପରୀକ୍ଷା ନେଗେଟିଭ୍‌ ଆସିଲେ ଇଂଲଣ୍ଡ ଯିବାର ଅନୁମତି ମିଳିବ ବୋଲି ପୂର୍ବରୁ ପିସିବି କହିଥିଲା। ହେଲେ ଗତ ମାସରୁ ଏପର୍ଯ୍ୟନ୍ତ ରଫ୍‌ଙ୍କ କରେନା ପରୀକ୍ଷା ୬ ଥର କରାଗଲାଣି। ହେଲେ ଏଥିରୁ ୫ ଥର ପଜିଟିଭ୍‌ ବାହାରିଥିଲା ବେଳେ ଷଷ୍ଠ ପରୀକ୍ଷା ନେଗେଟିଭ୍‌ ଆସିଥିଲା। ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ ଆସନ୍ତା ମାସ ଅଗଷ୍ଟ ୫ ତାରିଖରୁ ‌ମାଞ୍ଚେଷ୍ଟରସ୍ଥିତ ଓଲ୍‌ଡ ଟ୍ରାଫୋର୍ଡରେ ‌‌ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe