ତେନ୍ଦୁଲକରଙ୍କ ସ୍ତରର ଖେଳାଳି ନୁହନ୍ତି କୋହଲି: ରଜାକ୍‌

Advertisment
ତେନ୍ଦୁଲକରଙ୍କ ସ୍ତରର ଖେଳାଳି ନୁହନ୍ତି କୋହଲି: ରଜାକ୍‌

Sports India Show

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଲ୍‌ରାଉଣ୍ଡର ଅବଦୁଲ ରଜାକ୍ ଭାରତର ଦ୍ରୁତ ବୋଲର୍ ଯଶପ୍ରୀତ୍ ବୁମ୍‍ରାଙ୍କୁ ବେବି ବୋଲର କହି ପ୍ରଶଂସକଙ୍କଠାରୁ ସମାଲୋଚିତ ହେବା ପରେ ଏବେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଆଉ ଏକ ମନ୍ତବ୍ୟ ଦେଇଛନ୍ତି। କୋହଲି ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହ ତୁଳନୀୟ ନୁହନ୍ତି। ତାଙ୍କ ମତରେ ଉଭୟ କୋହଲି ଓ ତେନ୍ଦୁଲକର ଅଲଗା ସ୍ତରର ଖେଳାଳି। କୋହଲି ଜଣେ ଭଲ ଖେଳାଳି, ସେ କ୍ରମାଗତ ରନ୍ ସଂଗ୍ରହ କରନ୍ତି ଓ ସ୍ଥିର ପ୍ରଦର୍ଶନ କରନ୍ତି। କିନ୍ତୁ ସେ ସଚିନଙ୍କ ମାନ ବା ସ୍ତରର ଖେଳାଳି ନୁହନ୍ତି ବୋଲି ରଜାକ୍ ମନ୍ତବ୍ୟ ଦେଇଛନ୍ତି। ସଚିନ୍‌ ଜଣେ ଭିନ୍ନ ସ୍ତରର ଖେଳାଳି, ତାଙ୍କ ସହ କେହି ତୁଳନୀୟ ନୁହନ୍ତି ବୋଲି ସେ କହିଛନ୍ତି। ୧୯୯୨ରୁ ୨୦୦୭ ମଧ୍ୟରେ ଆମେ ଭାରତ ବିପକ୍ଷରେ ଖେଳୁଥିଲା ବେଳେ ସଚିନ୍‌ଙ୍କୁ ଯେଭଳି ଦେଖିଥିଲୁ କୋହଲି ସେଭଳି ସ୍ତରର ନୁହେଁ ବୋଲି ରଜାକ୍‌ କହିଛନ୍ତି। ତେବେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ପରିବର୍ତନ ଆଣିଛି। ଯେଉଁଥିରେ କି ବୋଲିଂ, ବ୍ୟାଟିଂ ଓ କ୍ଷେତ୍ରରକ୍ଷଣରେ ଗଭୀରତା ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରଜାକ୍ ପାକିସ୍ତାନର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପରାଜୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ପାକିସ୍ତାନ ଚୟନକର୍ତାଙ୍କ ଚୟନ ପ୍ରକ୍ରିୟାକୁ ନେଇ ସମାଲୋଚନା କରିଛନ୍ତି। ପାକିସ୍ତାନର ଯୁବ ବୋଲରମାନେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେବାରୁ ପାକିସ୍ତାନ ପାଳି ପରାଜୟ ବରଣ କରିଥିଲା। ଯୁବ ବୋଲରଙ୍କୁ ପ୍ରତିଭାପୂର୍ଣ୍ଣ କହିବା ସହ ସେମାନେ ଏତେ ଶୀଘ୍ର ଟେଷ୍ଟରେ ଜାଗା ପାଇବା ପରିବର୍ତେ ଆଉ ଅଧିକ ଶିଖିବାକୁ ପଡିବ ବୋଲି ରଜାକ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe