ଅଭିଷେକ-ଗିଲ୍‌ଙ୍କ ରେକର୍ଡ: କରମର୍ଦ୍ଦନ ବିବାଦ ଫେରିଲା

ଭାରତ-ପାକିସ୍ତାନ ସୁପର୍‌-୪ ମ୍ୟାଚ୍‌ ଅବସରରେ ଭାରତୀୟ ଓପନିଂ ଯୋଡ଼ି ଅଭି‌ଷେକ ଶର୍ମା ଓ ଶୁବମନ ଗିଲ୍‌ ନୂଆ ରେକର୍ଡ କରିଛନ୍ତି। ପ୍ରଥମ ଭାରତୀୟ ଯୋଡ଼ି ଭାବେ ପାକିସ୍ତାନ ବିପକ୍ଷରେ ଶତକୀୟ ଭାଗୀଦାରି ଗଢ଼ିଛନ୍ତି।

fhffhvbvbb

Photograph: (The Hindu)

ଦୁବାଇ: ଭାରତ-ପାକିସ୍ତାନ ସୁପର୍‌-୪ ମ୍ୟାଚ୍‌ ଅବସରରେ ଭାରତୀୟ ଓପନିଂ ଯୋଡ଼ି ଅଭି‌ଷେକ ଶର୍ମା ଓ ଶୁବମନ ଗିଲ୍‌ ନୂଆ ରେକର୍ଡ କରିଛନ୍ତି। ପ୍ରଥମ ଭାରତୀୟ ଯୋଡ଼ି ଭାବେ ପାକିସ୍ତାନ ବିପକ୍ଷରେ ଶତକୀୟ ଭାଗୀଦାରି ଗଢ଼ିଛନ୍ତି। ମାତ୍ର ୯.୫ ଓଭରରୁ ୧୦୫ ରନ୍ ଉଠାଇଥିବା ଏହି ଯୋଡ଼ି ୧୩ ବର୍ଷ ତଳେ ଗୌତମ ଗମ୍ଭୀର ଓ ଅଜିଙ୍କ୍ୟ ରାହାଣେ ସଂଗ୍ରହ କରିଥିବା ୭୭ ରନ୍ ପଛରେ ପଡ଼ିଯାଇଥିଲା। ସେହିଭଳି ଫଖର ଜମାନଙ୍କୁ ବିବାଦୀୟ ଭାବେ କଟ୍‌ ବିହାଇଣ୍ଡ୍‌ କରାଇ ହାର୍ଦିକ ପାଣ୍ଡ୍ୟା ଭାରତର ଅଗ୍ରଣୀ‌‌ ଟ୍ବେଣ୍ଡି-୨୦ ବୋଲରଙ୍କ ତାଲିକାରେ ଦ୍ବିତୀୟକୁ ଉଠିଛନ୍ତି। ଅର୍ଶଦୀପ ସିଂହ ଗତ ମ୍ୟାଚ୍‌ରେ ୧୦୦ ୱିକେଟ୍‌ ପୂର୍ଣ୍ଣ କରିଥିବା ବେଳେ ୟୁଝବେନ୍ଦ୍ର ଚହଲ (୯୬)ଙ୍କୁ ପଛରେ ପକାଇ ହାର୍ଦିକ (୯୭) ଦ୍ବିତୀୟରେ ପହଞ୍ଚିଛନ୍ତି। ଫଖର ଜମାନଙ୍କ ଅସ୍ପଷ୍ଟ କଟ୍‌ ବିହାଇଣ୍ଡ୍‌କୁ ନେଇ ମଧ୍ୟ ବିବାଦ ଓ ବାକ୍‌ବିତଣ୍ଡା ଆରମ୍ଭ ହୋଇଛି। କରମର୍ଦ୍ଦନ ବିବାଦ ସହିତ ରବିବାର ଏହି ମ୍ୟାଚ୍‌ ବେଳେ ଏକାଧିକ ବାକ୍ୟ ବିନିମୟ ମୁହୂର୍ତ ଦେଖିବାକୁ ମିଳିଥିଲା।

ଅଭିଷେକଙ୍କୁ ହାରିସ୍ ରୌଫ ଅକ୍ଷେପ କରିବା ଏବଂ ଅର୍ଦ୍ଧଶତକଟିଏ ହାସଲ କରିଥିଲେ ମଧ୍ୟ ସାହିବଜାଦା ଫରହାନ୍‌ଙ୍କ ଗନ୍‌ଫାୟାର ସେଲିବ୍ରେସନ୍‌କୁ ଖୁବ୍ ନିନ୍ଦା କରିଛନ୍ତି ପ୍ରଶଂସକ। ସାହିନ୍ ଶାହ ଆଫ୍ରିଦିଙ୍କୁ ଛକା ମାରି ଅଭିଷେକ ଶର୍ମା ଆରମ୍ଭ କରିଥିବା ଅଭିଯାନ ମଧ୍ୟ ତାଙ୍କୁ ଆଉ ଏକ ବିରଳ କ୍ଲବ୍‌ରେ ସାମିଲ କରିଛି। ପ୍ରଥମ ବଲ୍‌ରେ ଛକା ମାରିବାରେ ସେ ଚତୁର୍ଥ ଭାରତୀୟ ହୋଇଛନ୍ତି। ୨୦୨୧ରେ ଆଦିଲ ରସିଦ୍‌ଙ୍କୁ ରୋହିତ ଶର୍ମା, ୨୦୨୪ରେ ସିକନ୍ଦର ରାଜାଙ୍କୁ ଯଶସ୍ବୀ ଜୟସ୍ବାଲ, ୨୦୨୫ରେ ଜୋଫ୍ରା ଆର୍ଚରଙ୍କୁ ସଂଜୁ ସାମସନ୍‌ଙ୍କ ପରେ ଚଳିତ ଏସିଆ କପ୍‌ରେ ଅଭିଷେକ ଯଥାକ୍ରମେ ହାଇଦର ଅଲୀ ଓ ସାହିନ୍ ଶାହ ଆଫ୍ରିଦିଙ୍କୁ ଛକା ମାରିଛନ୍ତି। ରବିବାର କିନ୍ତୁ ଛକା ମାରିବା ପରେ ଅଭିଷେକଙ୍କୁ ଆଫ୍ରିଦି ନାଲି ଆଖି ଦେଖାଇବା ଅନ୍ୟତମ ଚର୍ଚ୍ଚାର ବି‌ଷୟ ଥିଲା। ଭାରତ କିନ୍ତୁ ପାକିସ୍ତାନ ବିପକ୍ଷରେ ଶେଷ ୧୦ ଟ୍ବେଣ୍ଟି-୨୦ରୁ ୯ଟି ଜିତି ସବୁ ବିବାଦର ଜବାବ ଦେଇଥିଲା।

ଭାରତ ଓ ପାକିସ୍ତାନ ସୁପର୍‌-୪ ମୁକାବିଲାକୁ ପୁଣି ଫେରିଛି କରମର୍ଦ୍ଦନ ବିବାଦ। ଗ୍ରୁପ୍ ମ୍ୟାଚ୍‌ର ଟସ୍ ବେଳେ ପାକିସ୍ତାନ ଅଧିନାୟକ ସଲମାନ୍ ଆଗାଙ୍କ ସହ ହାତ ନମିଳାଇ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଭାରତୀୟ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ। ଏପରିକି ମ୍ୟାଚ୍‌ ଜିତିବା ପରେ ପହଲଗାମ୍‌ ଆତଙ୍କୀ ଆକ୍ରମଣ ଓ ଅପରେସନ୍‌ ସିନ୍ଦୂର କଥା କହି ଏହାକୁ ସମର୍ପିତ କରିଥିଲେ। ରବିବାର ସୁପର୍‌-୪ ମୁକାବିଲା ବେଳକୁ ମଧ୍ୟ ସୂର୍ଯ୍ୟ ଟସ୍ ବେଳେ ସମାନ ଆଚରଣ ଦୋହରାଇଥିଲେ। ଟସ୍ ଜିତିବା ପରେ ସଲମାନ ଆଗାଙ୍କ ସହ ହାତ ନମିଳାଇ ସିଧାସଳଖ ରବି ଶାସ୍ତ୍ରୀଙ୍କ ପାଖକୁ ଯାଇ ନିଜ ପ୍ରତିକ୍ରିୟା ରଖିଥିଲେ। ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ସହ ହାତ ମିଳାଇ ସଲମାନଙ୍କୁ ମଧ୍ୟ ଅଧିକ ଅପମାନିତ କରିଥିଲେ। ମ୍ୟାଚ୍‌ ପରେ ଭାରତୀୟ ଖେଳାଳି ମଧ୍ୟ ହାତ ମିଳାଇ ନଥିଲେ। ଭାରତ ଦୁଇଟି ପରିବର୍ତ୍ତନ ସହ ଏହି ମ୍ୟାଚ୍‌ ଖେଳିଥିଲା। ଓମାନ୍ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଥିବା ଯଶପ୍ରୀତ୍ ବୁମ୍‌ରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ପୁଣି ସାମିଲ କରାଯାଇଥିବା ବେଳେ ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କୁ ବାହାରେ ବସାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe