ତୀରନ୍ଦାଜି ବିଶ୍ବକପ୍‌ ଫାଇନାଲ୍‌ରେ ଅଭିଷେକ-ଜ୍ୟୋତି: ଭାରତ ପାଇଁ ଦୁଇ ପଦକ ପକ୍କା

Advertisment
ତୀରନ୍ଦାଜି ବିଶ୍ବକପ୍‌ ଫାଇନାଲ୍‌ରେ ଅଭିଷେକ-ଜ୍ୟୋତି: ଭାରତ ପାଇଁ ଦୁଇ ପଦକ ପକ୍କା

ପ୍ୟାରିସ : ଭାରତୀୟ କମ୍ପାଉଣ୍ଡ ମିଶ୍ରିତ ଯୁଗଳ ଯୋଡ଼ି ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖା ଭେନମ ଏଠାରେ ଚାଲିଥିବା ତୀରନ୍ଦାଜି ବିଶ୍ବକପ୍‌ ଷ୍ଟେଜ୍‌ ୩ର ଫାଇନାଲ୍‌ରେ ପ୍ରବେଶ କରିଛି। ଫଳରେ ଏହି ପ୍ରତିଯୋଗିତାରେ ଭାରତର ଦୁଇଟି ପଦକ ନିଶ୍ଚିତ ହୋଇଛି। ଗୁରୁବାର ଭାରତୀୟ ମହିଳା ରିକର୍ଭ ଦଳ ଫାଇନାଲ୍‌ରେ ପହଞ୍ଚି ପ୍ରଥମ ପଦକ ପକ୍କା କରିଥିଲେ।

ଶୁକ୍ରବାର ସେମିଫାଇନାଲ୍‌ରେ ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ୧୫୬-୧୫୧ରେ ଇସ୍ତୋନିଆର ରବିନ ଯାତ୍ମା ଓ ଲିସେଲ ଯାତ୍ମାଙ୍କୁ ପରାସ୍ତ କରିଥିଲେ। ଶନିବାର ଫାଇନାଲରେ ତୃତୀୟ ମାନ୍ୟତାପ୍ରାପ୍ତ ଅଭିଷେକ ଓ ଜ୍ୟୋତି ପଞ୍ଚମ ମାନ୍ୟତାପ୍ରାପ୍ତ ଫ୍ରାନ୍ସ ଯୋଡ଼ିଙ୍କୁ ଭେଟିବେ। ପୂର୍ବରୁ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଭାରତୀୟ ଯୋଡ଼ି ୧୫୮-୧୫୦ରେ ପୁଏର୍ତୋ ରିକାକୁ, କ୍ବାର୍ଟର ଫାଇନାଲ୍‌ରେ ଏଇ ସାଲ୍‌ଭାଡରର ରୋବ‌ର୍ତୋ ହେର୍ଣ୍ଣାନ୍ଦେଜ ଓ ସୋଫିଆ ପାଇଜଙ୍କୁ ସୁଟ୍‌-ଅଫ୍‌ରେ ମାତ୍‌ ଦେଇଥିଲେ। ତେବେ ଭାରତୀୟ ରିକର୍ଭ ଯୋଡ଼ି ତରୁଣଦୀପ ରାଇ ଓ ଅଙ୍କିତା ଭକତ ୪-୫ (୩୪-୩୬, ୩୭-୩୩, ୩୭-୩୫, ୩୫-୩୬) (୧୮-୨୦) ସୁଟ୍‌-ଆଫ୍‌ରେ ହାରି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe