ଅଭିଷେକ, ମାଧୁରୀ ପାଇଲେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ ପୁରସ୍କାର

Advertisment
ଅଭିଷେକ, ମାଧୁରୀ ପାଇଲେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ ପୁରସ୍କାର

ଭୁବନେଶ୍ୱର: ଅଭିଷେକ ରାଉତ ଓ ମାଧୁରୀ ମେହେଟ୍ଟାଙ୍କୁ ଚଳିତ ବର୍ଷର ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ୍‍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ଗତ ଋତୁରେ ସଫଳ ରହିଥିବା ଅଭିଷେକ ଏବଂ ମାଧୁରୀଙ୍କୁ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା କ୍ରିକେଟର ପୁରସ୍କାର ମିଳିଛି। ଏହି ସମ୍ମାନଜନକ ପୁରସ୍କାର ପାଇବାରେ ଅଭିଷେକ ୨୯ତମ ପୁରୁଷ ଏବଂ ମାଧୁରୀ ଅଷ୍ଟମ ମହିଳା କ୍ରିକେଟର ହୋଇଛନ୍ତି। ରଣଜୀ ଟ୍ରଫି ସହ ଅନ୍ୟ ଦୁଇ ଫର୍ମାଟର ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଅଲ୍‍ରାଉଣ୍ଡ ସଫଳତା ଆଧାରରେ ଅଭିଷେକଙ୍କୁ ଚୟନ ସମିତି ବାଛିଥିଲେ। ତିନିଟି ଯାକ ଫର୍ମାଟରେ ଗତ ସିଜିନରେ ଅଭିଷେକ ମୋଟ ୪୮୯ ରନ୍‍ କରିବା ସହ ୧୮ ୱିକେଟ୍‍ ଦଖଲ କରିଥିଲେ। ସଦ୍ୟ ଶେଷ ମହିଳା ଋତୁରେ ମାଧୁରୀଙ୍କ ପ୍ରଦର୍ଶନ ଭଲ ଥିଲା।

ସେ ଏକଦିବସୀୟ ଏବଂ ଟ୍ବେଣ୍ଟି-୨୦ରେ ମୋଟ ୪୫୪ ରନ୍‍ କରି ଓଡ଼ିଶା ମହିଳା ଦଳର ଅଗ୍ରଣୀ ସ୍କୋରର ବନିଥିଲେ। ଉଭୟଙ୍କୁ ପୁରସ୍କାର ବାବଦରେ ୩୧ ହଜାର ଟଙ୍କାର ଚେକ୍‍, ପ୍ରଶସ୍ତି ପତ୍ର ଏବଂ ଟ୍ରଫି ରବିବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯାଇଛି ବୋଲି ସହିଦ ସ୍ପୋର୍ଟିଂ କ୍ଲବର ସଂପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅଭିଷେକ ପ୍ରଥମ ଥର ପାଇଁ ଏହି ସମ୍ମାନଜକ ପୁରସ୍କାର ପାଇଥିଲା ବେଳେ ମାଧୁରୀ ଦ୍ୱିତୀୟଥର ପାଇଲେ। ତେବେ ଅଭିଷେକ ବିଦେଶ ଗସ୍ତରେ ଥିବାରୁ ତାଙ୍କ ପିତାମାତା ପୁରସ୍କାର ଗ୍ରହଣ କରିଥିଲେ। କ୍ରୀଡ଼ା ସାମ୍ବାଦିକ ସୁଶାନ୍ତ ମହାନ୍ତି, ସୁରେଶ ସ୍ୱାଇଁ, ସମୀକ୍ଷା ପଟ୍ଟନାୟକ, ତପନ ସ୍ୱାଇଁ, ନିରଞ୍ଜନ ରେଡ୍ଡି, ଉମାକାନ୍ତ ମିଶ୍ର, ସଂବିତ୍‍ ମହାପାତ୍ର, ମାରୁତି ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ସହିଦ ସ୍ପୋର୍ଟିଂର କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତି ଏବଂ ସଂପାଦକ ପଙ୍କଜ ପଟ୍ଟନାୟକଙ୍କୁ ନେଇ ଗଠିତ ଚୟନ ସମିତି ଏହି ଦୁଇ ଖେଳାଳିଙ୍କୁ ମନୋନୀତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe