ଆବିଦ୍‌ଙ୍କ ଦ୍ବିଶତକ: ୫୧୦/୮ରେ ପାକିସ୍ତାନର ପାଳି ଘୋଷଣା

Advertisment
ଆବିଦ୍‌ଙ୍କ ଦ୍ବିଶତକ: ୫୧୦/୮ରେ ପାକିସ୍ତାନର ପାଳି ଘୋଷଣା

BOL News

ହରାରେ: ପାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଆବିଦ୍‌ ଅଲ୍ଲୀ (୨୧୫*)ଙ୍କ ଅପରାଜିତ ଦ୍ବିଶତକ ସାଙ୍ଗକୁ ଆଝାର ଅଲ୍ଲୀ (୧୨୬)ଙ୍କ ଶତକ ଏବଂ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବା ନୌମନ ଅଲ୍ଲୀଙ୍କ ୯୭ ରନ୍‌ ବଳରେ ଭ୍ରମଣକାରୀ ପାକିସ୍ତାନ ଦଳ ଏଠାରେ ଚାଲିଥିବା ଘରୋଇ ଜିମ୍ବାୱେ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ୫୦୦ରୁ ଅଧିକ ସ୍କୋର୍‌ କରି ପ୍ରଥମ ପାଳି ଘୋଷଣା କରିଦେଇଛି। ପ୍ରଥମ ଦିନ ୨୬୮/୪ରୁ ଆଜି ଖେଳିଥିବା ପାକିସ୍ତାନ ଆଉ ୫୭ ଓଭର ବ୍ୟାଟିଂ କରି ୨୪୨ ରନ୍‌ ଯୋଡ଼ିଥିଲା ବେଳେ ୪ ୱିକେଟ୍‌ ହରାଇଥିଲା। ବିଶେଷକରି ନୌମନ ଅଲ୍ଲୀ ଶତକଠୁ ୩ ରନ୍‌ ଦୂରରେ ଆଉଟ୍‌ ହୋଇଯିବାମାତ୍ରେ ପାକିସ୍ତାନ ପାଳି ଘୋଷଣା କରିଦେଇଥିଲା। କ୍ୟାରିୟରର ପ୍ରଥମ ଦ୍ବିଶତକ ଜମାଇଥିବା‌ ଆବିଦ୍‌ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲା ବେଳେ ପାକିସ୍ତାନ ୧୪୭.୧ ଓଭରରେ ୫୧୦/୮ରେ ଘୋଷଣା କରି ଜିମ୍ବାୱେ ଉପରେ ପ୍ରବଳ ଚାପ ପକାଇଛି।

ଆଝାରଙ୍କ ସହ ପ୍ରଥମ ଦିନ ଦ୍ବିତୀୟ ୱିକେଟ୍‌ରେ ୨୩୬ ରନ୍ ଯୋଡ଼ିଥିବା ଆବିଦ୍‌ ଶନିବାର ଦ୍ବିତୀୟ ଦିବସରେ ନୌମନଙ୍କ ସହ ଅଷ୍ଟମ ୱିକେଟ୍‌ରେ ୧୬୯ ରନ୍ ଯୋଡ଼ି ପାକିସ୍ତାନକୁ ବଡ଼ ସ୍କୋର୍‌ ଭେଟି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଜିଦ ଖାନ୍‌ ୨୦ ଓ ୱିକେଟ୍‌ରକ୍ଷକ ରିଜ୍‌ୱାନ ଅହମ୍ମଦ ୨୧ ରନ୍ କରିଥିଲେ। ଜିମ୍ବାୱେ ପକ୍ଷରୁ ସଫଳ ବୋଲର ଭାବେ ମୁଜାରବାନି ୩, ତେନ୍ଦାଇ କିସ୍କ୍ରୋ ୨ ୱିକେଟ୍‌ ପାଇଥିଲେ।
ଜବାବରେ ଜିମ୍ବାୱେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୪ ୱିକେଟ୍‌ ବିନିମୟରେ ୫୨ ରନ୍‌ କରିଛି। ଖାତା ଖୋଲିବା ପୂର୍ବରୁ ତାରିସାଇ ମୁସାକାନ୍ଦା (୦)ଙ୍କୁ ତବିସ ଖାନ୍‌ ଆଉଟ୍‌ କରିଦେଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା ଘରୋଇ ଦଳ। ରେଗିସ୍‌ ଚକଭା ୨୮ ରନ୍‌ରେ ଅପରାଜିତ ରହିଥିଲା ବେଳେ ଦଳ ୩୦ ଓଭରରେ ୫୨/୪ କରିଛି। ହାତରେ ୬ ୱିକେଟ୍‌ ଥିଲାବେଳେ ଏବେ ବି ପାକିସ୍ତାନ ପ୍ରଥମ ପାଳି ସ୍କୋର୍‌ଠୁ ୪୫୮ ରନ୍‌ ପଛରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe