କଟକ: ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ୨୦୨୫ ଡିସେମ୍ବର ୯ ତାରିଖରେ ଟି-୨୦ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଆୟୋଜକ ଭାରତକୁ ଦକ୍ଷିଣ ଆଫ୍ରିକା ଭେଟିବ। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ପାଇଁ ବାରବାଟୀରେ ପ୍ରସ୍ତୁତି ଜୋରଦାର କରିଦିଆଯାଇଛି। ମ୍ୟାଚ୍ ପ୍ରସ୍ତୁତି ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସ୍ (ଓସିଏ) ସଂପାଦକ ସଂଜୟ ବେହେରା ଆଜି ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
ଶ୍ରୀ ବେହେରା କହିଛନ୍ତି, ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ପ୍ରଥମ ମୁକାବିଲା ପାଇଁ ଡିସେମ୍ବର ୧ ତାରିଖ ଠାରୁ ଟିକେଟ୍ ମିଳିବ। ଜମାଟୋ ଦ୍ବାରା ପ୍ରସ୍ତୁତ ଡିଷ୍ଟ୍ରିକ୍ଟ ଆପ୍ ମାଧ୍ୟମରେ ଡିସେମ୍ବର ୧ ତାରିଖରେ କ୍ରିକେଟ୍ପ୍ରେମୀଙ୍କୁ ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ ମିଳିବ। ବାରବାଟୀ ମ୍ୟାଚ୍ ପାଇଁ ଅନ୍ଲାଇନ୍ ମାଧ୍ୟମରେ ୨୦୦୦ ଟିକେଟ୍ ବିକ୍ରି କରାଯିବ। ଅଫ୍ଲାଇନ୍ରେ ୧୦,୦୦୦ ଟିକେଟ୍ ବିକ୍ରି ହେବ। ଅଫ୍ଲାଇନ୍ ଟିକେଟ ବାରବାଟୀ ଷ୍ଟାଡିୟମସ୍ଥିତ କାଉଣ୍ଟରରେ ବିକ୍ରି ହେବ।
ଅପରାହ୍ଣ ୪ଟାରେ ପ୍ରବେଶ ପାଇଁ ଅନୁମତି
ସୂଚନାଯୋଗ୍ୟ, ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଏଥି ପାଇଁ ଦର୍ଶକଙ୍କୁ ଅପରାହ୍ଣ ୪ଟାରୁ ଷ୍ଟାଡିୟମ ଭିତରକୁ ପ୍ରବେଶ ମିଳିବ ଅନୁମତି।
ଆହୁରି ପଢ଼ନ୍ତୁ: Fine: ୭୬୧ଟି ଚାଲାଣରୁ ୭୨ ଲକ୍ଷ ୫୩ ହଜାର ୩୪୦ ଟଙ୍କାର ଜରିମାନା ଆଦାୟ
ବାରବାଟୀରେ ଟିକେଟ୍ ଦର
- ଗ୍ୟାଲେରି ୧ ଓ ୩: ୧୧,୦୦ ଟଙ୍କା
- ଗ୍ୟାଲେରି ୨ ଓ ୪: ୯୦୦ ଟଙ୍କା
- ଗ୍ୟାଲେରି ୫: ୧୨୦୦ ଟଙ୍କା
- ସ୍ପେଶାଲ ଏନ୍କ୍ଲୋଜର: ୬୦୦୦ ଟଙ୍କା
- ଏସ୍ ବକ୍ସ: ୮,୦୦୦ ଟଙ୍କା
- ନ୍ୟୁ ପାଭଲିଅନ: ୧୦,୦୦୦ ଟଙ୍କା
- କର୍ପୋରେଟ ବକ୍ସ: ୨୦,୦୦୦ ଟଙ୍କା
ବାରବାଟୀ ମୁକାବିଲାକୁ ସଫଲ ରୂପ ଦେବା ପାଇଁ ଓସିଏ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଖେଳାଳିମାନଙ୍କର ରହଣୀ ଠାରୁ ସୁରକ୍ଷା ପର୍ଯ୍ୟନ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ମ୍ୟାଚ୍ ସମୟରେ ଯେପରିକି କୌଣସି ଅସୁବିଧା ନହେବ, ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/30/barabati-2025-11-30-22-00-44.jpg)