ଯୁବଙ୍କ ଯୁଗ ଶେଷ: ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନଙ୍କଠାରୁ ନେଇ ଆହୁରି ଅନେକ ଦେଲେ ହୃଦୟସ୍ପର୍ଶୀ ବାର୍ତ୍ତା

Advertisment
ଯୁବଙ୍କ ଯୁଗ ଶେଷ: ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନଙ୍କଠାରୁ ନେଇ ଆହୁରି ଅନେକ ଦେଲେ ହୃଦୟସ୍ପର୍ଶୀ  ବାର୍ତ୍ତା

ନୂଆଦିଲ୍ଲୀ: କ୍ରିକେଟ୍‌ ଦୁନିଆର ଚର୍ଚ୍ଚିତ ଚେହେରା ଯୁବରାଜ ସିଂହଙ୍କ ଅବସର ଖବର ଖେଳପ୍ରେମୀଙ୍କୁ ଦୁଃଖୀ କରାଇଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଯୁବରାଜ ନିଜର ଅବସର ଖବର ସ୍ପଷ୍ଟ କରିଛନ୍ତ।

ଅନ୍ତର୍ଜାତୀୟ ସ୍ତରରେ ଦୀର୍ଘ ୧୭ ବର୍ଷ ଖେଳିବା ପରେ ଶେଷର ଖେଳବୁ ବିଦାୟୀ ଦେଇଛନ୍ତି ଯୁବରାଜ। ଯୁବରାଜଙ୍କ ଅବସର ନେବା ଖବର ପ୍ରଘଟ ହେବା କ୍ଷଣି ଟିମ୍‌ ଇଣ୍ଡିଆର ଖେଳାଳିମାନେ ଟ୍ଵିଟ୍‌ କରି ତାଙ୍କୁ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି।

ଯୁବରାଙ୍କ ଉଦ୍ଦେଶ୍ୟରେ କ୍ୟାପ୍‌ଟେନ୍‌ ବିରାଟ ଲେଖିଛନ୍ତି, ‘ଦେଶ ପାଇଁ ଚମତ୍କାର ଖେଳ ଖେଳିଥିବା ପାଜିଙ୍କୁ ଅଭିନନ୍ଦନ। ଅନେକ ବିଜୟ ଓ ଅନେକ ସ୍ମୃତି ତୁମେ ଦେଇଛ। ତୁମକୁ ଏକ ସୁନ୍ଦର ଜୀବନ ପ୍ରାପ୍ତ ହେଉ। ତୁମେ ଜଣେ ଚମ୍ପିୟନ।’

ବିରାଟଙ୍କ ବ୍ୟତୀତ ବିରେନ୍ଦ୍ର ସିଂହ ସେହ୍ଵାଗ, ଭିଭିଏସ୍‌ ଲକ୍ଷ୍ମଣ, ସୁରେଶ ରାଇନା, ଆକାଶ ଚୋପ୍ରା, ମହମ୍ମଦ କୈଫ୍‌, ଅଙ୍ଗଦ ବେଦୀଙ୍କ ସମେତ ଆଇପିଏଲ୍‌ ଟିମ୍‌ ‘ମୁମ୍ବାଇ ଇଣ୍ଡିଆନ୍ସ’ ଓ ‘ରାଜସ୍ଥାନ ରୟାଲ’ ପକ୍ଷରୁ ଟ୍ଵିଟ୍‌ ହୋଇ ଅଭିନନ୍ଦନ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe