ଆବୁଧାବି ଟେ‌ଷ୍ଟ୍‌: ବିଲାଲ୍‌ଙ୍କୁ ୫ ୱିକେଟ୍‌:ନ୍ୟୁଜିଲାଣ୍ଡ୍‌ ୨୭୪, ପାକିସ୍ତାନ ୧୩୯/୩

Advertisment
ଆଇସିସି ନିୟମରେ ସଂଶୋଧନ, ଏଣିକି ଧୀମା ଓଭର ହାର ପାଇଁ ଅଧିନାୟକ ନିଲମ୍ବିତ ହେବେ ନାହିଁ

ଆବୁଧାବି: ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ତୃତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ବିଲାଲ ଆସିଫ୍ ୫ ଓ ୟାସିର୍‌ ଶାହାଙ୍କ ୩ ୱିକେଟ୍‌ ସଫଳତା ପରେ ଆଝାର ଅଲ୍ଲୀଙ୍କ ଅପରାଜିତ ଅର୍ଧଶତକ ବଳରେ ଘରୋଇ ପାକିସ୍ତାନ ସ୍ଥିତି ସୁଧାରି ନେଇଛି। ବିଲାଲ (୫/୬୫) ଓ ୟାସିର୍‌ (୩/୭୫)ଙ୍କ ବୋଲିଂ ସଫଳତା ଯୋଗୁଁ ପ୍ରଥମ ଦିବସରେ ୨୨୯/୭ କରିଥିବା ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ଦିବସରେ ଆଉ ୪୫ ରନ୍ ଯୋଡ଼ି ଅବଶିଷ୍ଟ ୩ ୱିକେଟ୍‌ ହରାଇଥିଲା। ଫଳରେ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୨୭୪ ରନ୍‌ରେ ସୀମିତ ରହିଗଲା। ୱିକେଟ୍‌ରକ୍ଷକ ବିଜେ ୱାଟ୍‌ଲିଙ୍ଗ୍‌ ଏକାକି ଲଢ଼ିଳ ୭୭ ରନ୍‌ରେ ଅପରାଜିତ ରହିଲେ। ଜବାବରେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ପାକିସ୍ତାନ ୩ଟି ପ୍ରଥମ ପାଳି ୱିକେଟ୍‌ ହରାଇ କରିଛି ୧୩୯ ରନ୍‌। ଆଝାର ଅଲ୍ଲୀ ୬୨ ଓ ଆସାଦ୍‌ ସଫିକ୍ ୨୬ ରନ୍‌ରେ ଅପରାଜିତ ରହିଛନ୍ତି। ଟ୍ରେଷ୍ଟ୍‌ ବୋଲ୍‌ଟ ପ୍ରାରମ୍ଭକ ଯୋଡ଼ି ଇମାମ୍‌ ଉଲ୍‌ ହକ୍‌ (୯) ଓ ମହମ୍ମଦ ହାଫିଜ୍‌ (୦)ଙ୍କୁ ଆଉଟ୍‌ କରିଥିଲେ। ହାତରେ ୭ ୱିକେଟ୍‌ ଥାଇ ପାକିସ୍ତାନ ୧୩୫ ରନ୍‌ ପଛରେ ରହିଛି। ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୧୧୬.୧ ଓଭରରେ ୨୭୪ (କେନ୍‌ ୱିଲିୟମ୍‌ସନ୍‌-୮୯, ବି‌ଜେ ୱାଟ୍‌ଲିଙ୍ଗ୍‌-୭୭*, ଜିତ୍‌ ରାଭାଲ-୪୫, ବିଲାଲ ଆସିଫ୍‌-୫/୬୫, ୟାସିର୍‌ ଶାହା-୩/୭୫)। ପାକିସ୍ତାନ ପ୍ରଥମ ପାଳି: ୬୧ ଓଭରରେ ୧୩୯/୩ (ଆଝାର ଅଲ୍ଲୀ-୬୨*, ହାରିସ୍‌ ସୋହେଲ୍‌-୩୪, ଆସାଦ୍‌ ସଫିକ୍‌-୨୬*, ଟ୍ରେଣ୍ଟ୍‌ ବୋଲ୍‌ଟ-୨/୩୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe